ରାଜ୍ୟରେ ବିଜେପି
ସରକାର ଆରମ୍ଭ ହୋଇଛି । ମୋହନ ଚରଣ ମାଝୀ ନେତୃତ୍ବରେ ରାଜ୍ୟ ସରକାର ପରିଚାଳିତ ହଉଛି ।
ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ମାଝୀ ଶପଥ ଗ୍ରହଣ କରିବାର ଅଳ୍ପ ସମୟରେ ବୁଧବାର ରାତିରେ କ୍ୟାବିନେଟ
ବୈଠକ କରିଥିଲେ । ଏହି ବୈଠକରେ 4 ଟି ପ୍ରସ୍ତାବ ନେଇଥିଲେ ।ଯେଉଁଥିରେ ଶ୍ରୀମନ୍ଦିର ପାଇଁ 2ଟି ଓ
ଚାଷୀ ଓ ମହିଳାଙ୍କ ପାଇଁ 2 ଟି ଥିଲେ । ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀମନ୍ଦିରର 4 ଦ୍ବାରା ଖୋଲିବାକୁ
ନୁର୍ଦେଶ ଦେଇଥିବେ ଆାଜି ରାଜ୍ୟରୁ 5 ଟି ଓ ମୋ
ସରକାର ହଟିବା ନେଇ ନିର୍ଦେଶନାମା ଦେଇଥିବା ବେଳେ ଆଜି ରାଜ୍ୟରୁ 5 ଟି ଓ ମୋ ସରକାର ହଟିବା ନେଇ ନିର୍ଦେଶନାମା ଜାରି ହୋଇଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟ ପରିସରରୁ ବୋର୍ଡ଼ ହଟାଇବାକୁ
ନିର୍ଦେଶ ହୋଇଛି । ଏେନଇ ରାଜ୍ୟ ସୁଚନା ଓ ଲୋକସଂପର୍କ ବିଭାଗ ସଚିବଙ୍କ ନିର୍ଦେଶ ।ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ
୫ଟି ବ୍ୟବସ୍ଥା ଲାଗୁ ହୋଇଥିଲା। ନବୀନ ପଟ୍ଟନାୟକ ୫ମ ପାଳିରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ।
୫ଟି (ଟିମ୍ୱାର୍କ, ଟ୍ରାନ୍ସପେରିଏନ୍ସି, ଟେକ୍ନୋଲୋଜି, ଟାଇମ୍ ଓ ଟ୍ରାନ୍ସଫରମେସନ) ଆଧାରରେ ରାଜ୍ୟର ବିକାଶ
ହୋଇପାରିବ ବୋଲି ନବୀନ ସରକାର ଚିନ୍ତା କରିଥିଲେ। ୫ଟି ମାଧ୍ୟମରେ ବିଦ୍ୟାଳୟଗୁଡ଼ିକ
ରୂପାନ୍ତରିତ କରିଥିଲେ। ସେହିପରି ମୋ ସରକାର ଅଧିନରେ ମଧ୍ୟ ବିକାଶମୂଳକ କାର୍ଯ୍ୟ କରିଥିଲେ।
ତେବେ ୫ଟିରେ ଅବ୍ୟବସ୍ଥା ନେଇ ବିରୋଧୀ, ଠିକାଦାର ଅନେକ ସମୟରେ ଅଭିଯୋଗ ମଧ୍ୟ ଆଣିଥିଲେ।