ରାଜ୍ୟ ଅତିଥି
ଭବନରୁ ରାଜ୍ୟ କାମ କରିବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ଅତିଥି ଭବନର ପ୍ରଥମ
ମହାଲାରେ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ କରାଯାଇଛି । ନୂଆ କାର୍ଯ୍ୟାଳୟ ହେବା
ପର୍ଯ୍ୟନ୍ତ ସେହିଠାରେ ହିଁ ଚାଲିବ ରାଜ୍ୟ କାର୍ଯ୍ୟ । ଗୁରୁବାର ପୁରୀରୁ ଫେରିବା ପରେ ନୂଆ
ମୁଖ୍ୟମନ୍ତ୍ରୀ ଅତିଥି ଭବନରେ ପହଞ୍ଚି ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୁରୀରୁ ଫେରି ରାଜ୍ୟ
ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବୈଠକ କରିଛନ୍ତି । ସରକାରୀ ଅଧିକାରୀଙ୍କୁ
ଡ଼ାକି ସେମାନଙ୍କ ସହ ଆଲୋଚନା କରିଛନ୍ତି ।
ସୁଚନାଯୋଗ୍ୟ ଓଡ଼ିଶା
ମୁଖ୍ୟମନ୍ତ୍ରୀଙ୍କର କୌଣସି ନିର୍ଦିଷ୍ଟ ବଙ୍ଗଳା ତଥା କାର୍ଯ୍ୟାଳୟ ନାହିଁ । ଦୀର୍ଘ 24 ବର୍ଷ
ଧରି ପୂର୍ବତନ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ନିଜ ଘର ନବୀନ ନିବାସରୁ ହିଁ ରାଜ୍ୟ ଶାସନ ଚଳାଇ ଆସୁଥିଲେ। ବର୍ତ୍ତମାନ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ ଘର ଖୋଜା ଚାଲିଛି। ନୂଆ କାର୍ଯ୍ୟାଳୟ ପ୍ରସ୍ତୁତ ହେବା
ପର୍ଯ୍ୟନ୍ତ ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରେ ହିଁ ସିଏମଓ କାର୍ଯ୍ୟ ଚାଲିବ।