ମେଡ଼ିକାଲ ପ୍ରବେଶିକା ପରୀକ୍ଷା ନିଟ ୟୁଜିକୁ ନେଇ
ଚାଲିଥିବା ବିବାଦ ମଧ୍ୟରେ ଗୁରୁବାର ସୁପ୍ରିମକୋର୍ଟରେ ପୁଣି ଥରେ ଶୁଣାଣି ହୋଇଛି । ଏହି
ସମୟରେ ସର୍ବୋଚ୍ଚ ନ୍ୟାୟାଳୟକୁ କେନ୍ଦ୍ର କହିଛି ନିଟରେ ଛାତ୍ରଛାତ୍ରୀଙ୍କୁ ଗ୍ରେସ ମାର୍କ
ପ୍ରଦାନ କରିବାର ନିଷ୍ପତ୍ତି ପ୍ରତ୍ୟାହାର କରିଛି ନେସନାଲ ଟେଷ୍ଟିଂ ଏଜେନ୍ସି । ତେଣୁ ଗ୍ରେସ ମାର୍କ ପାଇଥିବା 1563 ଜଣ
ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ । ସେମାନଙ୍କ ସ୍କୋର କାର୍ଡ଼ ରଦ୍ଦ
କରାଯାଇଛି । ଜୁନ 23 ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ 30 ସୁଦ୍ଧା ଘୋଷଣା କରାଯିବ । ବଡ଼ କଥା ହେଉଛି 6 ଜୁଲାଇରେ ହେବାକୁ ଥିବା କାଉନସିଲ
ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି । ଗ୍ରେସ ମାର୍କକୁ ନେଇ ଏନଟିଏ ସୁପ୍ରିମକୋର୍ଟଙ୍କୁ
କହିଛି ଯେଉଁ 1563 ଛାତ୍ରଛାତ୍ରୀ ପୁନର୍ବାର ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ସେମାନଙ୍କୁ
ଗ୍ରାସ ମାର୍କ ବିନା ତାଙ୍କ ମୂଳ ନମ୍ବର ଦିଆଯିବ ।