ଦକ୍ଷିଣ କୁଏତର ଏକ କୋଠାରେ ଅଗ୍ନିକାଣ୍ଡ ଘଟି 4 ଜଣ ଭାରତୀୟଙ୍କ ସମେତ 41 ଜଣଙ୍କର ମୃତ୍ୟୁ
ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ କୋଠାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । କୁହାଯାଉଛି ଯେ ଅଗ୍ନିକାଣ୍ଡ ଘଟିଥିବ ବିଲ୍ଡିଂରେ ଶ୍ରମିକ
ମାନେ ରହୁଥିଲେ । ବୁଧବାର ସକାଳେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଭୟଙ୍କର ଅଗ୍ନିକାଣ୍ଡ ପାଇଁ
କୁଏତ ସରକାର ରିଅଲ ଇଷ୍ଟେଟ ମାଲିକଙ୍କୁ ଦାୟୀ କରିଛନ୍ତି ।କୁନା ନ୍ୟୁଜ ଏଜେନ୍ସିର ରିପୋର୍ଟ
ଅନୁଯାୟୀ ଏହି ଦୁଃଖଦ ଘଟଣାରେ ଅନ୍ୟ 15 ଜଣ ମଧ୍ୟ ଆହତ ହୋଇଛନ୍ତି । ଏଥି ସହିତ ଅନ୍ୟ ଦଶଜଣଙ୍କୁ
ନିରାପଦରେ ବଞ୍ଚାଇବାରେ ଉଦ୍ଧାରକାରୀ ଦଳ ସଫଳ ହୋଇଛନ୍ତି । ଏହି ସମୟରେ କୁଏତରେ ଥିବା ଭାରତୀୟ ଦୂତାବାସ ଏକ ଜରୁରୀକାଳୀନ ନମ୍ବର +୯୬୫-୬୫୫୦୫୨୪୬ ଜାରି କରିଛି। ଲୋକମାନେ ଏହି ଫୋନ୍
ନମ୍ବରକୁ କଲ କରି ନିଜ ପ୍ରିୟପରିଜନଙ୍କ ବିଷୟରେ ସୂଚନା ପାଇପାରିବେ।
ସୂଚନାନୁସାରେ, ଦକ୍ଷିଣ କୁଏତର ମଂଜଫ
ସହରରେ ଏହି ଅଗ୍ନିକାଣ୍ଡ ଘଟିଛି। କୁଏତର ଉପପ୍ରଧାନମନ୍ତ୍ରୀ ଶେଖ ଫାହଦ ୟୋସେଫ ସୌଦ ଅଲ-ସବାହ
ଏହି ସ୍ଥାନ ପରିଦର୍ଶନ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡ
ପାଇଁ ସେ ରିଏଲ୍ ଇଷ୍ଟେଟ୍ ମାଲିକଙ୍କୁ ଦାୟୀ କରିଛନ୍ତି। ରିଅଲ୍ ଇଷ୍ଟେଟ୍ କମ୍ପାନୀ ଅନରକୁ ଦାୟୀ
କରିଛନ୍ତି। ରିଅଲ୍ ଇଷ୍ଟେଟ୍ କମ୍ପାନୀର ଲୋଭ ଯୋଗୁଁ ଏହି ଭୟାନକ ଘଟଣା ଘଟିଥିବା ସେ କହିଛନ୍ତି।
ଉପପ୍ରଧାନମନ୍ତ୍ରୀଙ୍କ ପାଖରେ ଗୃହ ବିଭାଗ ତଥା ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ ରହିଛି।