ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଜନତା ମୈଦାନରେ ଅପରାହ୍ନ
4 ଟା 45 ମିନିଟ ସମୟରେ ଦୁଇ ଉପମୁଖ୍ୟମନ୍ତ୍ରୀ ସହ ଶପଥ ନେବେ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ଓ
ଉପମୁଖ୍ୟମନ୍ତ୍ରୀ ଙ୍କ ସମେତ କିଛି ମନ୍ତ୍ରୀ
ମଧ୍ୟ ଆଜି ଶପଥଗ୍ରହଣ କରିବେ । ଏନେଇ ବିଜେପି ବିଧାୟକ ଙ୍କୁ ଫୋନ କଲ ଆସିଥିବା ସୂଚନା ମିଳିଛି
। ଦଳର ବରିଷ୍ଠ ନେତେ ମୁକେଶ ମହାଲିଙ୍ଗଙ୍କୁ ମନ୍ତ୍ରୀ ଭାବେ ଶପଥ ନେବାରୁ ଫୋନକଲ ଆସିଥିବା
ସୂଚନା ମିଳିଛି । ଲୋଇସିଂହାରୁ ବିଧାୟକ ଥିବା ମୁକେଶଙ୍କୁ ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ମିଳିବ
ସ୍ଥାନ । ସେହିଭଳି ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀଙ୍କୁ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେବାକୁ
ଫୋନ କଲ ଆସିଥିବା ସୂଚନା ମିଳିଛି । ବିଜେପିର ପୂର୍ବତନ ବିଧାୟକ ସୁରଜ ସୂର୍ଯ୍ୟବଂଶୀ ଚଳିତ 2024 ଚଳିତ
ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି । ସେହିଭଳି ଚିଲିକା ବିଧାୟକ ପୃଥ୍ୱୀରାଜ
ହରିଚନ୍ଦନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଛି । ପୃଥ୍ୱୀରାଜ
ହେଉଛନ୍ତି ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପୁଅ । ଦୀର୍ଘଦିନ ଧରି ଦଳର
ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଛନ୍ତି ପୃଥ୍ୱୀରାଜ । ଗୋପାଳପୁର ବିଧାୟକ ବିଭୁତି ଭୂଷଣ
ଜେନା, ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳ
ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, ପାରାଦ୍ୱୀପ ବିଧାୟକ ସମ୍ପଦ ସ୍ୱାଇଁ, ମୋରଡା
ବିଧାୟକ କୃଷ୍ଣଚନ୍ଦ୍ର ମହାପାତ୍ର, କୁଚିଣ୍ଡା
ବିଧାୟକ ରବି ନାଏକ, ପୋଲସରା ବିଧାୟକ
ଗୋକୁଳାନନ୍ଦ ମଲ୍ଲିକଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ ଆସିଥିବା ସୂଚନା ମିଳିଛି ।