ଆସନ୍ତା ଜୁନ 13 ତାରିଖରୁ ସାମ୍ବାଦିକଙ୍କ
ପାଇଁ ଖୋଲିବ ଲୋକସେବା ଭବନ । ରାଜ୍ୟରେ ବିଜେପି ସରକାର ଗଠନ ପରେ ସାମ୍ବାଦିକଙ୍କ ପାଇଁ ଖାଲିବ
ଲୋକସେବା ଭବନ । ଦୀର୍ଘବର୍ଷ ହେବ ସାମ୍ବାଦିକଙ୍କ ଲୋକସେବା ଭବନ ଯିବା ଉପରେ କଟକଣା ଲଗାଇଥିଲା
ବିଜେଡ଼ି ସରକାର । କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନରେ ପ୍ରବେଶ ଉପରେ କଟକଣା
ଲଗାଯାଇଥିଲା ।2020 ମାର୍ଚ୍ଚ ମାସର ରୁ ଏଭଳି ସ୍ଥିତି ଜାରି ରଖିଥିଲା । ଯାହାକୁ ନେଇ ଅନେକ ସମୟରେ ବିଜେପି ପ୍ରତିବାଦ
କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା । ଏପରିକି
ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ
ମିଳିଥିଲା । କିନ୍ତୁ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ଜୁନ 12 ତାରିଖରେ ରାଜ୍ୟରେ ବିଜେପି ସରକାର ଗଢିବ
।ଦୀର୍ଘ ବର୍ଷ ପରେ ନୂଆ ମୁଖ୍ୟମନ୍ତ୍ରୀ ପାଇବ ରାଜ୍ୟ ।ନୂଆ ସରକାର ଆସିବା ସହ ସାମ୍ବାଦିକଙ୍କ
ପାଇଁ ଲୋକସେବା ଭବନ ଖୋଲାଯିବ ।12 ରେ ନୂଆ ସରକାର ଶପଥ ନେବାକୁ ଥିବା ବେଳେ 13ରେ ସାମ୍ବାଦିକ
ଙ୍କ ପାଇଁ ଖୋଲିବ ଲୋକସେବା ଭ ବନ ।