ବରିଷ୍ଠଙ୍କ ବିଭାଗ ବଦଳାଇଲେନି ମୋଦି । ମନ୍ତ୍ରିମଣ୍ଡଳରେ ଦୁଇ ନମ୍ବରରେ ଥିବା ରାଜନାଥ ସିଂହ ପ୍ରତିରକ୍ଷା ବିଭାଗ ବଜାୟ ରଖିଥିବା ବେଳେ ଅମିତ ଶାହ ସ୍ବରାଷ୍ଟ୍ର, ନିର୍ମଳା ସୀତାରମଣ ଅର୍ଥ ଏବଂ ଜୟଶଙ୍କର ବୈଦେଶିକ ବିଭାଗ ବଜାୟ ରଖିଛନ୍ତି। ମୋଦୀଙ୍କ ଦ୍ବିତୀୟ ପାଳି ମନ୍ତ୍ରିମଣ୍ଡଳରେ ମଧ୍ୟ ସଂପୃକ୍ତ ମନ୍ତ୍ରୀମାନଙ୍କ ହାତରେ ଏହି ବିଭାଗ ରହିଥିଲା। ଅନ୍ୟତମ ବରିଷ୍ଠ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ହାତରେ ସଡ଼କ ପରିବହନ ଓ ରାଜପଥ ବିଭାଗ ରହିଛି। ଗତ ୧୦ ବର୍ଷ ହେଲା ୬୭ ବର୍ଷୀୟ ଗଡ଼କରୀ ଏହି ବିଭାଗ ଦାୟିତ୍ବରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ହାତରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ସହିତ ଆଣବିକ ଶକ୍ତି ଓ ମହାକାଶ ବିଭାଗ ରଖିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ୪ ଜଣ ବରିଷ୍ଠ ମନ୍ତ୍ରୀ ସେମାନଙ୍କ ବିଭାଗ ବଜାୟ ରଖିଥିବା ବେଳେ ଅନ୍ୟମାନଙ୍କ ବିଭାଗରେ ଅଦଳବଦଳ କରିଛନ୍ତି। ସହଯୋଗୀ ଦଳର ମନ୍ତ୍ରୀମାନଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ବିଭାଗ ବଣ୍ଟନରେ ଖୁସି କରିବାକୁ ଉଦ୍ୟମ କରିଛନ୍ତି।