ସୋନାକ୍ଷୀ ଏବେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି
। କୁହାଯାଉଛି ଯେ ସେ ଖୁବଶୀଘ୍ର ନିଜ ପ୍ରେମିକ ଜାହୀର ଇକବାଲଙ୍କୁ ବିବାହ କରିବେ । ଚଳିତ ମାସରେ
ବିବାହ ହେବ ବୋଲି ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡ଼େ ରିପୋର୍ଟ
ଅନୁଯାୟୀ ଅଭିନେତ୍ରୀ ନିଜର ଦୀର୍ଘ ଦିନର ପ୍ରେମିକ ଜାହୀର ଇକବାଲାଙ୍କୁ ଜୁନ 23ରେ ମୁମ୍ବାଇରେ
ବିବାହ କରିବାକୁ ଯାଉଛନ୍ତି । ଦୁହେଁ ଏପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଅତ୍ୟନ୍ତ ବ୍ୟକ୍ତିଗତ
ରଖି ଆସିଛନ୍ତି । କିଛି କହିନଥିଲେ ବି ସୋସିଆଲ ମିଡ଼ିଆ ପୋଷ୍ଟଗୁଡ଼ିକ ସେମାନଙ୍କ ପ୍ରେମ
କାହାଣୀ ସମସ୍ତଙ୍କ ସାମ୍ନାକୁ ଆଣିଥିଲା । ଯଦି
ଆମେ ଦୁହିଁଙ୍କ ପ୍ରଥମ ସାକ୍ଷାତ କଥା କହିବା ତେବେ ଦୁହେଁ ସଲମାନ ଖାନଙ୍କ ଏକ ପାର୍ଟୀରେ
ଭେଟିଥିଲେ। ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଭଲ ପାଇ ବସିଲେ। ଏବେ
ବିବାହ ଖବର ସାମ୍ନାକୁ ଆସିବା ସହ ବିବାହ କାର୍ଡ ବି ଛପା ସରିଲାଣି । କାର୍ଡରେ ‘ଗୁଜବ ସତ’
ବୋଲି ଲେଖାଯାଇଥିବା ଚର୍ଚ୍ଚା ହେଉଛି। ବିବାହରେ ଦୁହିଁଙ୍କ ପରିବାର ଓ ବନ୍ଧୁଙ୍କ ସମେତ
‘ହୀରାମଣ୍ଡି’ର ପୂରା ଷ୍ଟାରକାଷ୍ଟ ଯୋଗ ଦେବେ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ
ସୋନାକ୍ଷୀ ଓ ଜାହୀର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।