ସପ୍ତାହର ପ୍ରଥମ ଦିନ ଶେୟାର ମାର୍କେଟ
ଏହାର ପୁରୁଣା ରେକର୍ଡ଼ ଭାଙ୍ଗି ନୂଆ ଇତିହାସ ରଚିଥିଲା । ହେଲେ ସୋମବାର କାରବାର ଶେଷ ବେଳକୁ ବଜାରରେ ହ୍ରାସ
ହୋଇଥିଲା । ଆଇଟି ଏବଂ ବ୍ୟାଙ୍କିଙ୍ଗ ସେକ୍ଟର ଆଜି ଭଲ କାରବାର କରିଛି । ଏହି ଷ୍ଟକକୁ ନିବେଶକ
ଭଲ ଲାଭ କରିଛନ୍ତି । ସେନସେକ୍ସ 590 ପଏଣ୍ଟ ଖସି ଯାଇଥିବା ବେଳେ ନିଫ୍ଟି 150 ପଏଣ୍ଟ
ଖସିଯାଇଥିଲା । କାରବାର ଶେଷ ବେଳକ ସେନସେକ୍ସ 203 ପଏଣ୍ଟ ହ୍ରାସ ପାଇ 76,490 ଅଙ୍କରେ ଏବଂ
ନିଫ୍ଟିରେ 31 ପଏଣ୍ଟ ହ୍ରାସ ପାଇ 23,259 ଅଙ୍କରେ ବନ୍ଦ ହୋଇଥିଲା ।
ସୂଚନା
ଥାଉକି, ଦେଶରେ ପୁଣିଥରେ ମୋଦି ସରକାର ଆସିବା ପରେ ଶେୟାର
ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା । ରବିବାର ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାର ଶପଥ
ନେଇଥିବା ବେଳେ ଏହାର ପ୍ରଭାବ ଶେୟାର ମାର୍କେଟ ଉପରେ ପଡ଼ିଛି । ସୋମବାର ମାର୍କେଟ ଜୋରଦାର୍
ବୃଦ୍ଧି ସହିତ ଖୋଲିଥିଲା । ଏଥିସହିତ ସମସ୍ତ ରେକର୍ଡ ଭାଙ୍ଗି ୭୭,୦୦୦
ପଏଣ୍ଟରେ ପହଞ୍ଚିଯାଇଥିଲା । ସପ୍ତାହର ଆରମ୍ଭ ଦିନରୁ ବିଏସଇର ସେନ୍ସେକ୍ସ ୩୨୩.୬୪ ଅଙ୍କ ବୃଦ୍ଧି
ପାଇ ପ୍ରଥମଥର ପାଇଁ ୭୭,୦୦୦
ଅଙ୍କ ପାର କରିଥିଲା। ଆଜି ୭୭,୦୧୭
ପଏଣ୍ଟରେ ମାର୍କେଟ ଖୋଲିଥିଲା। ଅନ୍ୟପଟେ ନିଫ୍ଟିରେ ମଧ୍ୟ ବୃଦ୍ଧି ହୋଇ ୧୦୫ ଅଙ୍କ ବୃଦ୍ଧି ପାଇ
୨୩,୪୦୦ରେ ଖୋଲିଥିଲା।