ନୂଆଦିଲ୍ଲୀ: ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତାଙ୍କ ମନ୍ତ୍ରୀମଣ୍ଡଳରେ ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ମୋଦୀଙ୍କ ତୃତୀୟ ପାଳିରେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି। ୨୦୨୨ରୁ ଦଳର ୧୧ତମ ସଭାପତି ଥିବା ନଡ୍ଡାଙ୍କ ନେତୃତ୍ୱରେ ବିଜେପି ୨୦୨୪ ନିର୍ବାଚନ ଲଢ଼ିଥିଲା। ଆଉ ସରକାର ଗଠନ କରିବାକୁ ସମର୍ଥ ହୋଇଛି । ମନ୍ତ୍ରୀ ରାଜନାଥ ସିଂହ ଓ ଅମିତ ଶାହାଙ୍କ ପରେ ନଡ୍ଡା ଶୁକ୍ରବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ବିଜେପିର ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦ’ ନୀତିକୁ ଦେଖିଲେ ଦଳକୁ ଖୁବ୍ ଶୀଘ୍ର ନୂଆ ସଭାପତି ମିଳିବ। ତେବେ କିଏ ସଭାପତି ହେବ ତାକୁ ନେଇ ଚର୍ଚା ଆରମ୍ଭ ହୋଇସାରିଲାଣି । ୨୦୧୯ ମେ ମାସରେ ମୋଦୀ କ୍ୟାବିନେଟରେ ଗୃହମନ୍ତ୍ରୀ ଭାବେ ଯୋଗ ଦେଇଥିବା ଅମିତ ଶାହାଙ୍କ ଠାରୁ ନଡ୍ଡା ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅମିତ ଶାହାଙ୍କ ନେତୃତ୍ୱରେ ବିଜେପି ଉଭୟ ୨୦୧୪ ଓ ୨୦୧୯ରେ ସଫଳତାର ସହ ଲଢ଼ିଥିଲା ଏବଂ ବିଜେପି ସରକାର ଗଠନ କରିଥିଲା ।