ଲୋକସଭା ନିର୍ବାଚନ ଫଳାଫଳରେ ଓଡ଼ିଶାରୁ 20ଟି ଆସନ ଜିତିଥିଲା ବିଜେପି । ଏନେଇ ମୋଦି ଓଡ଼ିଶାକୁ ବେଶ ପ୍ରଶଂସା କରିଥିଲେ । ଆଉ ଏନେଇ ଓଡ଼ିଶାକୁ ମଧ୍ୟ ତିନୋଟି ମନ୍ତ୍ରୀ ପଦ ମିଳିଛି । ତେବେ ମୋଦୀ ଶପଥ ନେବା ସହ ତାଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ସାଂସଦମାନେ ମଧ୍ୟ ଶପଥ ନେଇଛନ୍ତି । ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ଓଡିଶାରୁ ୩ ଜଣ । ଓଡିଶାରୁ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ।
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ୨୦୧୪ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଦାୟିତ୍ୱରେ ଥିଲେ । ଏହାପରେ ୨୦୨୧ରେ ତାଙ୍କୁ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଥିଲା ।
ଜୁଏଲ ଓରାମ ଜୁଏଲ ଓରାମ ୧୯୮୯ ମସିହାରେ ପ୍ରଥମଥର ବଣାଇରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୮, ୧୯୯୯, ୨୦୦୪, ୨୦୧୪, ୨୦୧୯ ଓ ୨୦୨୪ରେ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।
ସେହିପରି ଅଶ୍ୱିନୀ ବୈଷ୍ଣବ ରାଜସ୍ଥାନରୁ ହୋଇଥିଲେ ବି ସେ ଓଡିଶା କ୍ୟାଡରର ଆଇଏଏସ ଅଫିସର ଥିଲେ । ସେ ରାଜନୀତିରେ ସାମିଲ ହେବା ପରେ ତାଙ୍କୁ ବିଜେପି ବିଜେଡି ସମର୍ଥନରେ ରାଜ୍ୟସଭାକୁ ପଠାଇଥିଲେ । ୨୦୨୧ ମସିହାରେ କ୍ୟାବିନେଟ ଅଦଳବଦଳ ସମୟରେ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ର ରେଲୱେ ବିଭାଗରେ ସ୍ଥାନ ମିଳିଥିଲା । ଆଉ ଏଥର ପୁଣି ମୋଦୀ ନିଜ ମନ୍ତ୍ରୀମଣ୍ଡଳରେ ତାଙ୍କୁ ସ୍ଥାନ ଦେଇଛନ୍ତି ।