ପୁଣି ଆତଙ୍କବାଦୀମାନେ ଟାର୍ଗେଟ ହତ୍ୟା କରିଛନ୍ତି । ହିନ୍ଦୁ ଶ୍ରଦ୍ଧାଳୁଙ୍କ ବସ ଉପରକୁ ଗୁଳିମାଡ଼ କରିଛନ୍ତି । ଏଥିରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ ଆତଙ୍କବାଦୀ। ରିଜି ଜିଲାର ପୋନି ଅଞ୍ଚଳରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବସ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ବସଟି ତଳକୁ ଖସି ପଡ଼ିଥିଲା। ଗୁଳି ମାଡ଼ ପରେ ବସ୍ ଚାଳକ ଭୟଭୀତ ହୋଇପଡ଼ିବାରୁ ଭାରସାମ୍ୟ ହରାଇ ଘାଟିରେ ଖସି ପଡ଼ିଥିଲା। ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୁଲିସ୍ ଟିମ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବୀତ କରିଥିଲେ। ଆହତମାନଙ୍କୁ ଉଦ୍ଧାର ପରେ ନାରାୟଣ ମେଡ଼ିକାଲ୍ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।