ଶ୍ରୀମନ୍ଦିର ଚାରିପାର୍ଶ୍ବରେ ଖୁବ
ଶୀଘ୍ର ପୁଣି ଲାଇଟ ବ୍ୟବସ୍ଥା ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ପୁରୀ ଜିଲ୍ଳାପାଳ
ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଚାରିପଟେ ଲଗାଯାଇଥିବା ଲାଇଟ ହଟାଇ
ଦିଖାଯିବା ଘଟଣାରେ ତଦନ୍ତ କରିବା ପାଇଁ ମୁଖ୍ୟ ସଚିବ ପ୍ରଦୀପ ଜେନା ଜିଲ୍ଳାପାଳଙ୍କୁ ନିଦ୍ଦେର୍ଶ ଦେଇଥିଲେ ।କାହିଁକି ଶ୍ରୀମନ୍ଦିର
ଚାରିପାଖରୁ ଲାଇଟ କଢାଯାଇଛି ତାହାର ତଦନ୍ତ କରିବା ପାଇଁ ନିଦ୍ଦେର୍ଶ ଦେଇଥିଲେ ମୁଖ୍ୟ ଶାସନ
ସଚିବ । 3 ଦିନ ତଳେ ଶ୍ରୀମନ୍ଦିରର ଆଲୋକୀକରଣ ପାଇଁ ଲଗାଯାଇଥିଲା ଲାଇଟ ଖୋଲି ଦିଆଯାଇଥିଲା ।
ଶ୍ରୀମନ୍ଦିରଭିତରେ କେବୁଲ ଖୋଲୁଥିବା ବେଳେ 4 ଜଣଙ୍କୁ ଅଟକ ରଖି ସିଂହଦ୍ବାର ଥାନା ପୁଲିସ
ପଚରାଉଚରା ଜାରି ରଖିଛି ।