ଏୟାର ଇଣ୍ଡିଆ ସହ ଭିସ୍ତାର ମିଶ୍ରଣକୁ
ଜାତୀୟ କମ୍ପାନୀ ଆଇନ ଟ୍ରିବୁନାଲ ଅନୁମୋଦନ ଦେଇଛି ।ଫଳରେ ଉଭୟ ଟାଟା ଗ୍ରୁପ ବିମାନସେବା ସଂସ୍ଥାର ମିଶ୍ରଣ ଆଉ ଏକ ପାଦ ଆଗକୁ ଯାଇଛି ।2022 ନଭେମ୍ବରରେ ପ୍ରଥମେ ଏହି ମିଶ୍ରଣ ନେଇ ଘୋଷଣା
ହୋଇଥିଲା । ଭିସ୍ତାରର 49% ଅଂଶଧୀନ ସିଙ୍ଗାପୁର ଏୟାରଲାଇନ୍ସ ଅଧୀନରେ ଥିବା ବେଳେ ଏୟାର
ଇଣ୍ଡିଆ ସହ ମିଶ୍ରଣ ପରେ ସିଙ୍ଗାପୁର ଏୟାରଲାଇନ୍ସ 25.1%ଅଂଶଧନ ମିଳିବ । ଏଥିସହ ଏନସିଏଲଟି ଏହା
ମଧ୍ୟ ନିର୍ଦେଶ ଦେଇଛି ଯେ 9 ମାସ ମଧ୍ୟରେ ଏୟାର ଇଣ୍ଡିଆ ଏହି ମିଶ୍ରଣ ପ୍ରକ୍ରିୟା ଶେଷ କରିବ ।
ଚଳିତବର୍ଷ ଶେଷ ହେବ ବୋଲି ଏୟାର ଇଣ୍ଡିଆ ସିଇଓ କାମ୍ପବେଲ ଓ୍ବିଲସନ କହିଛନ୍ତି । ନିକଟତର ଏୟାର
ଇଣ୍ଡିଆ ଏକ୍ସପ୍ରେସ ଓ ଏୟାର ଇଣ୍ଡିଆ 470 ବିମାନ ପାଇଁ ଅର୍ଡ଼ର ଦେଇଛନ୍ତି ।