ପରଲୋକରେ ଫିଲ୍ମ ସିଟିର
ବାଦଶାହା କୁହାଯାଉଥିବା ତଥା ଦେଶର ସବୁଠୁ ବଡ଼ ଫିଲ୍ମ ସିଟିର ମାଲିକ ରାମୋଜୀ ରାଓ । ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା । ରାମୋଜି ଗ୍ରୁପ ଅଫ କମ୍ପାନୀ
ସହ ଦୀର୍ଘଦିନ ଧରି ଜଡ଼ିତ ଥିବା ରେମୋଜୀ ରାଓଙ୍କର ଶନିବାର ଭୋର ସମୟରେ ଦେହାନ୍ତ ହୋଇଛି ।ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦବାବୁ ନାଇଡ଼ୁ ଏବଂ
ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିଛନ୍ତି । ଦୀର୍ଘ ଦିନ ଅସୁସ୍ଥତା କାରଣରୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ରାମୋଜୀ ଫିଲ୍ମ
ସିଟିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ
କରିଆସୁଥିବା ରାଓଙ୍କ ଅନ୍ତିମ ସଂସ୍କାର ରବିବାର ପୂର୍ବାହ୍ନ 10ଟାରେ ଜୁବୁଲି ହିଲ୍ସସ୍ଥିତ
ମହାପ୍ରସ୍ଥାନମ ଠାରେ ସମ୍ପନ୍ନ ହେବାର ସୂଚନା ରହିଛି
।