ଏନଡ଼ିଏ ବୈଠକରେ ଓଡ଼ିଶା କଥା ଉଠାଇଲେ ପ୍ରଧାନମନ୍ତ୍ରୀ
ମୋଦୀ । ସମ୍ବିଧାନ ଭବନରେ ମହାପ୍ରଭୁଙ୍କୁ ମନେ ପକାଇବା ସହିତ ପ୍ରଭୁ ଜଗନ୍ନାଥଙ୍କୁ ଗରିବଙ୍କ ଦେବତା ବେଲି କହିଛନ୍ତି ମୋଦୀ । ଖାଲି
ସେତିକି ନୁହେଁ ଏଥର ଓଡ଼ିଶାରେ ଯେଉଁଭଳି କ୍ରାନ୍ତି ଦେଖିବାକୁ ମିଳିଲା ତାକୁ ଦେଖି ଆଗାମୀ 25
ବର୍ଷ ଭିତରେ ମହାପ୍ରଭୁଙ୍କ କୃପାରୁ ଓଡ଼ିଶା ଦେଶର ବିକାଶ ଯାତ୍ରାରେ ଇଞ୍ଜିନ ହେବ ବୋଲି
କହିଛନ୍ତି ନରେନ୍ଦ୍ର ମୋଦୀ ।ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ପାଇଁ ସମସ୍ତେ ସମାନ । କୌଣସି ଦଳର କେଉଁ ବି ପ୍ରତିନିଧ ହେଉ ନା କାହିଁକି, ସମସ୍ତେ ତାଙ୍କ ପାଇଁ ସମାନ । ଏହା ହିଁ ୩୦ ବର୍ଷ ଧରି ଏନଡିଏକୁ ମଝବୁତ୍ କରି ରଖିଛି ବୋଲି ମୋଦୀ କହିଛନ୍ତି । ଅନ୍ୟପଟେ ଏନଡିଏ ଆଜି ୨୨ ରାଜ୍ୟରେ ଶାସନ କରୁଛି । ଲୋକମାନେ ସେଠାରେ ସରକାର ଗଢିବାକୁ ସୁଯୋଗ ଦେଇଛନ୍ତି । ଏହାର ଅର୍ଥ ଏନଡିଏ ମେଣ୍ଟ ଭାରତର ଆତ୍ମା ସାଜିଛି ବୋଲି ମୋଦୀ କହିଛନ୍ତି ।ମୋଦୀ କହିଛନ୍ତି,ଏନଡିଏ ହେଉଛି ଭାରତର ସବୁଠୁ ସଫଳ ନିର୍ବାଚନ ପୂର୍ବବର୍ତ୍ତୀ ମେଣ୍ଟ । ଏଥିସହ ତାଙ୍କୁ ଏହି ମେଣ୍ଟର ନେତା ଭାବେ ନିର୍ବାଚିତ କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ନୂଆକରି ବିଜୟୀ ହେଇ ଆସିଥିବା ସାଂସଦଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦୀ । ଆଉ କହିଛନ୍ତି , ଏହା ତାଙ୍କର ସୌଭାଗ୍ୟ, ସର୍ବସମ୍ମତି କ୍ରମେ ତାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି ।