ଅପରିବତ୍ତିତ ରହିଲା ରିପୋ ରେଟ । ରେପୋ ରେଟକୁ
6.5 ପ୍ରତିଶତ ରଖିଛନ୍ତି ରିଜର୍ଭ ବ୍ୟାଙ୍କ ।
ଏନେଇ ଆରବିଆଇ ଗର୍ଭଣ୍ଣର
ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି । ତେବେ ରିଜର୍ଭ ବ୍ୟାଙ୍କର ମନିଟରି ପଲିସି ବୈଠକ ଶେଷ
ହୋଇଛି । ଯେଉଁଥିରେ ରେପୋ ରେଟ ଅପରିବତ୍ତିତ ରଖିବା ନେଇ ନିଷ୍ପତ୍ତି ନିଆଯାଇଛି । ଏମପିସିର 6
ରୁ 4 ଜଣ ସଦସ୍ୟ ରେପୋ ରେଟ ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ । ସୂଚନାଯୋଗ୍ୟ ଯେ ଗତ
2023 ମସିହା ଫେବ୍ରୁଆାରୀ ମାସରୁ ରେପୋ ରେଟ ସ୍ଥିର ରହିଛି । ସେବେଠୁ ଆଜି ପର୍ଯ୍ୟନ୍ତ ରେପୋ
ରେଟ 6.5 ପ୍ରତିଶତରେ ସ୍ଥିର ରହିଛି । ତେବେ ପ୍ରତି ଦୁଇ ମାସରେ ଆରବିଆଇ ଏମପିସି ମିଟିଂ କରିଥାଏ
। ଏହି ମିଟିଂ ଥିଲା ଚଳିତ ବର୍ଷର ଦ୍ବିତୀୟ ମିଟିଂ । ଗତ ଏପ୍ରିଲ ମାସରେ ଏମପିସିର ବୈଠକ ବସିଥିଲା
।