ଝାରସୁଗୁଡ଼ା ସହରର ବିଭିନ୍ନ ସ୍ଥାନରେ
ଗୁରୁବାର ଦିନ ବିଜେଡ଼ି ନେତା ଭି.କେ ପାଣ୍ଡିଆନଙ୍କ ଫଟୋ ଥିବା ପୋଷ୍ଟରଗୁଡ଼ିକ ରାସ୍ତାରେ
ଲାଗିଥିବା ଦେଖିବାକୁ ମିଳିଛି । କେଉଁ ପୋଷ୍ଟରରରେ ଓଡ଼ିଆରେ ଭାଜପା ବିଜୟର ସୂତ୍ରଧର ପାଣ୍ଡୁ
ଧନ୍ୟବାଦ ବୋଲି ଉଲ୍ଲେଖ କରାଯାଇଛି ତ ଆଉ କେଉଁଥିରେ ହିନ୍ଦୀରେ ଭାଜପା କୀ ବିଜୟ କେ ସୂତ୍ରଧାର
ପାଣ୍ଡୁ ଧନ୍ୟବାଦ ବୋଲି ଲେଖେଯାଇଛି । କେବଳ
ଗୋଟିଏ ସ୍ଥାନରେ ଲାଗିଥିବା ପୋଷ୍ଟର ତଳେ ସଞ୍ଜୁ
ପଣ୍ଡିତ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରଗୁଡ଼ିକରେ ଏହି ଧନ୍ୟବାଦ ବାର୍ତା
ଜଣାଇଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ଉଲ୍ଲେଖ ନାହିଁ
।