ଆଗାମୀ 4 ଦିନ ରାଜ୍ୟରେ ଜାରି
ରହିବ ଗ୍ରୀଷ୍ମପ୍ରବାହ । 2ରୁ 3 ଡ଼ିଗ୍ରୀ
ବଢିପାରେ ଦିନର ତାପମାତ୍ରା । ଉଷ୍ମ ଆର୍ଦ୍ର ଜଳବାୟୁ ସ୍ଥିତି ଲାଗି ରହିବ । ଏନେଇ ପୂର୍ବାନୁମାନ
କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାରା ରାଜ୍ୟରେ ଏବେ ବି ଜାରି ରହିଛି ତାତି । ବିଶେଷକରି
ଉପୂଳରେ କଲବଲ କରୁଛି ଗୁଳୁଗୁଳି । ନା ତାତିରୁ ମିଳୁଛି ତ୍ରାହି ନା ଗୁଳୁଗୁଳିରୁ ମିଳୁଛି
ଆଶ୍ବସ୍ତି । ଏହାରି ଭିତରେ
ଆଶ୍ୱସ୍ତିକର କଥା ହେଉଛି ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ । ୨-୩ ତିନି ଭିତରେ
ଦକ୍ଷିଣ ଓଡ଼ିଶା ଛୁଇଁବ । ପରେ ଏହା ରାଜ୍ୟର ଅନ୍ୟ ଅଂଳଚକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି
ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ
ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲିସିୟସ ବଢ଼ିପାରେ । ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫
ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।