ଟି 20 ବିଶ୍ବକପରେ ବଡ଼ ବିପର୍ଯ୍ୟୟ ଘଟିଛି । ପାକିସ୍ତାନ ଏବଂ ଆମେରିକା
ମଧ୍ୟରେ ମ୍ୟାଚ ଉଭୟ ଇନିଂସ ଶେଷ ହେବା ପର୍ଯ୍ୟନ୍ତ ଟାଇରେ ଶେଷ ହୋଇଥିଲା । କିନ୍ତୁ ସୁପର
ଓଭରରେ ପାକିସ୍ତାନକୁ ପରାସ୍ତ କରି ଆମେରିକା ଇତିହାସ ସୃଷ୍ଟି କରିଛି । ସୁପର ଓଭରରେ ମହମ୍ମଦ ଆମିରଙ୍କ
କ୍ରମାଗତ ଓ୍ବାଇଡ଼ ପାକିସ୍ତାନର ପରାଜୟର ମୁଖ୍ୟ କାରଣ ଥିଲା । ଆମେରିକା ଜିତିବା ପାଇଁ ସୁପର ଓଭରରେ ବୋଲିଂ କରି ସୌରଭ ନେଟ୍ରାଭାଲକର ହିରୋ
ହୋଇଛନ୍ତି ।ଆମେରିକା ପାଇଁ ଅଧିନାୟକ ମୋନାକ ପଟେଲ 50 ରନ ଏବଂ ଆରୋନ ଜୋନ୍ସ 35 ରନ ସ୍କୋର
କରିଥିଲା । ବିସ୍ଫୋରକ ଢଙ୍ଗରେ ଆଣ୍ଡ୍ରିସ ଗୌସ ମଧ୍ୟ 26 ବଲରେ 35 ରନ ସଂଗ୍ରହ କରିଥିଲେ ।
ପ୍ରଥମେ ଖେଳି ପାକିସ୍ତାନ ନିଦ୍ଦାରିତ 20 ଓଭରରେ 159 ରନ ସଂଗ୍ରହ କରିଥିଲା । ପାକିସ୍ତାନ ଦଳର
ଅଧିନାୟକ ବାବର ଆଜାମ 44 ରନର ଗୁରୁତ୍ବପୂଣ୍ଣ ଇନିଂସ ଖେଳିଥିଲେ ଏବଂ ଶାଦବ ଖାନ 40 ରନର
ଗୁରୁତ୍ବପୂର୍ଣ ଇନିଂସ ଖେଳିଥିଲେ । ଏହି ସମୟରେ ନୋଶଟୁଶ କେଞ୍ଜିଗେ 3 ଉଇେକଟ ନେଇ ଆମେରିକା
ପାଇଁ ପ୍ରଭାବିତ ହୋଇଥିଲା ।