24 ବର୍ଷ ପରେ ଓଡ଼ିଶାକୁ ମିଳିବାକୁ ଯାଉଛି ନୂଆ ସରକାର । ଗତ ଦୁଇ ଦଶନ୍ଧି ଧରି ରାଜ୍ୟରେ ସରକାର ମଜଭୁତ ଥିବା ବେଳେ ବିରୋଧୀ
କିନ୍ତୁ ଦୁର୍ବଳ ଥିବା କୁହାଯାଏ । ଯଦିଓ ଏଥର ସରକାର ବଦଳିଛି କିନ୍ତୁ ବିରୋଧୀ ମଧ୍ୟ ସେହି
ତୁଳନାରେ ବେଶ୍ ସଶକ୍ତ । 2014 ଓ 2019ବିଜେଡ଼ି 100 ରୁ ଅଧିକ ଆସନ ଜିତି ମଜଭୁତ ସରକାର ଗଢିଥିଲା
। କିନ୍ତୁ ସେହି ତୁଳନାରେ ଦୁର୍ବଳ ଥିଲା ବିଜେପି ଓ କଂଗ୍ରସ। 2014ରେ ଯେଉଁଠି କଂଗ୍ରେସ 16 ଆସନ
ଥିବା ବେଳେ ବିଜେପି 10 ଆସନ ଜିତିଥିଲା । ତେବେ ବିଜେଡ଼ି 117 ଆସନ ପାଇ ଏକତରଫା ଭାବେ
ନିର୍ବାଚନକୁ ଜିତି ନେଇଥିଲା । ସେହିପରି 2019 ରେ ବିଜେଡ଼ି 112 ଆସନ ପାଇଥିବା ବେଳେ ବିଜେପି 23
ଏବଂ କଂଗ୍ରେସ ମାତ୍ର 9 ଆସନ ପାଇଥିଲା । ଅର୍ଥାତ 2014 ଓ 2019 ରେ ମଜଜୁତ ସରକାର ବିରୋଧରେ
ବେଶ ଦୁର୍ବଳ ଥିଲେ ବିରୋଧୀ ।କିନ୍ତୁ ଏଥର ବିରୋଧୀଙ୍କ
ସ୍ଥିତି ପୂର୍ବାପେକ୍ଷା ସଶକ୍ତ ହୋଇଛି । କାରଣ ଯେଉଁ ଦଳ ଦଶନ୍ଧି ଦଶନ୍ଧି ଧରି ଶାସନ କରିଆସୁଥିଲା
ଆଜି ସାହି ଦଳ ବିରୋଧୀ । ଅର୍ଥାତ୍ ବିଜୁ ଜନତା ଦଳ ପ୍ରଥମଥର ବିଜେପି ବିରୋଧରେ ବିରୋଧୀ ହୋଇଛି
। ୨୦୨୪ରେ ବିଜେପି ୭୮ ଆସନ ପାଇଥିବା ବେଳେ ବିଜେଡି ପାଇଛି ୫୧ ଆସନ । ଅର୍ଥାତ୍ ସରକାରକୁ
ଘେରିବା ପାଇଁ ଏଥର ମଭଜୁତ ବିରୋଧୀ ପ୍ରସ୍ତୁତ ।