ବିଜେଡ଼ିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପଦରୁ
ଇସ୍ତଫା ଦେଇ ସାରିଛନ୍ତି । ଏହା ପରେ ତାଙ୍କର ତିନି ଜଣ ପରାମର୍ଶଦାତା ଅବସରପ୍ରାପ୍ତ ଆଇଏଏସ ଆର
ବାଲକ୍ରିଷ୍ଣନ, ସୁରେଶ ଚନ୍ଦ୍ର ମହାପାତ୍ର ଓ
ଉପେନ୍ଦ୍ର ତ୍ରିପାଠୀ ନିଜ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଏଥିରେ ଦୁଇ ଜଣଙ୍କ ଇସ୍ତଫା ଗୃହୀତ
ହୋଇଛି । ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂଣ୍ଣ ବିଭାଗ ସମ୍ଭାଳିବା ପରେ ସୁରେଶ ଚନ୍ଦ୍ର
ମହାପାତ୍ର ମୁଖ୍ୟ ଶାସନ ସଚିବ ହୋଇଥିଲେ । ମୁଖ୍ୟ ସଚିବ କାର୍ଯ୍ୟକାଳ ସରିବା ପରେ ତାଙ୍କ
କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରାଯାଇଥିଲା । ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା
ନିଯୁକ୍ତି କରାଯାଇଥିଲା । ସେହିପରି ବାଲକ୍ରିଷ୍ଣନ ପୂର୍ବରୁ ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର
ଥିଲେ । ଅବସର ପରେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ କରାଯାଇଥିଲା । ଏହିପରି
ତ୍ରିପୁରାର ମୁଖ୍ୟ ଶାସନ ସଚିବ ଥିଲେ ଓଡ଼ିଆ ଆଇଏସ ଉପେନ୍ଦ୍ର ତ୍ରିପାଠୀ । ମାଣିକ ସରକାର ମୁଖ୍ୟମନ୍ତ୍ରୀ
ଥିବା ସମୟରେ ସେ ଗୁରୁତ୍ବପୂଣ୍ଣ ଦାୟିତ୍ବ ସମ୍ଭାଳିଥିଲେ । ପରବର୍ତୀ ସମୟରେ ସେ ଓଡ଼ିଶା ଆସି
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ନିଯୁକ୍ତ ପାଇଥିଲେ । ବିଜେଡ଼ି ସରକାର ପତନ ପରେ ଏହି ତିନି ଜଣ ନିଜ
ପଦରୁ ଇସ୍ତଫା ଦେଇଛନ୍ତି ।
ସୁଚନାଯୋଗ୍ୟ 2024 ନିର୍ବାଚନରେ ବିଜେଡ଼ି 51 ସିଟ ଜିତି ପରାଜିତ
ହୋଇଛି । ଏଥିସହ ଦୀର୍ଘ 24 ବର୍ଷର ବିଜୁ ଜନତା ଦଳ ସରକାର ପତନ ଘଟିଛି ।