ରାଜ୍ୟରେ ବିଏସକେଓ୍ବାଇ ଯୋଜନା ବନ୍ଦ ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ
ପ୍ରଦୀପ ଜେନା । ବିଏସକେଓ୍ବାଇ ଯୋଜନା ଚାଲୁ ରହିଥିବା ସେ ସ୍ପଷ୍ଟ କରିଛନ୍ତି । ସମସ୍ତ ହସ୍ପିଟାଲରେ
ବିଏସକେଓ୍ବାଇ କାର୍ଡ଼ରେ ଚିକିତ୍ସା କରାଯାଉଛି ।କୌଣସି
ଡ଼ାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା
କରିପାରିବେ ନାହିଁ । ଚିକିତ୍ସାରେ
ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ରୋଗୀଙ୍କୁ ଡ଼ସଚାର୍ଜ
ବି କରିପାରିବେ ନାହିଁ । ନୂଆ ସରକାର କୌଣସି ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ
ଜାରି ରହିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।ଏହା ସହ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ହେଲପ
ଲାଇନ ନମ୍ବର ଜାରି କରାଯାଇଛି । କୌଣସି ଅସୁବିଧା ହେଲେ 104 ନମ୍ବରରେ କଲ କରିବା ପାଇଁ ପରାମର୍ଶ
ଦିଆଯାଇଛି । ରାଜ୍ୟରେ ବିଏସକେଓ୍ବାଇ କାର୍ଡ଼ କାର୍ଯ୍ୟକାରିତାକୁ ନେଇ ନ୍ଦ୍ବନ୍ଦ୍ବ ହେବା ପରେ
ସ୍ବାସ୍ଥ୍ୟ ବିଭାଗ ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ । ବିଏସକେଓ୍ବାଇ ଯୋଜନା ଜାରି ରହିଥିବା
ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ କହିଥିଲେ ।