ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଡ଼ବଲ ଝଟକା । ବଢିଲା କେଜ୍ରିଓ୍ବାଲଙ୍କ ନ୍ୟାୟିକ ହାଜତ । ଏଥିସହ
ଅନ୍ତରୀଣ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟ ।ଡ଼ାକ୍ତରୀ
ଯାଞ୍ଚ 7 ଦିନର ଜାମିନ ଆବେଦନ କରିଥିଲେ । ତେବେ ଜୁନ 19 ପର୍ଯ୍ୟନ୍ତ ତାଙ୍କର ନ୍ୟାୟିକ ହାଜତ
ବୃଦ୍ଧି ହୋଇଛି । ଦେଶରେ ପ୍ରଥମ ରାଜନୈତିକ ଦଳ ଭାବେ ଆମ ଆଦମୀ ପାର୍ଟି ବିରୋଧରେ ମାମଲା ରୁଜୁ
କରାଯାଇଛି । ଇଡ଼ିର ଆରୋପପତ୍ର ଭିତରେ ମାମଲା ଦର୍ଜ କରାଯାଇଛି । ଆରୋପପତ୍ରରେ କୁହାଯାଇଛି ଯେ
ମଦ ବ୍ୟବସାୟରେ ନିବେଶ କରିବାକୁ ଯାଇ ଦଳ ପଞ୍ଜାବର ଅନେକ ବ୍ୟବସାୟୀଙ୍କଠୁ ଲାଞ୍ଚ ନେଇଛି । କେବଳ
ସେତିକି ନୁହିଁ ବ୍ୟବସାୟୀଙ୍କୁ ଦିଲ୍ଲୀରେ ମଦ ବ୍ୟବସାୟୀ ପାଇଁ ଲାଇସେନ୍ସ ବି ଦିଆଯାଇଛି ।