ଆସନ୍ତା 3 ରୁ 4 ଦିନ ଭିତରେ ମୌସୁମୀ ବର୍ଷା
ହେବ ।9 ତାରିଖ ସୁଦ୍ଧା ମୌସୁମୀ ଦକ୍ଷିଣ ଓଡ଼ିଶା ଛୁଇଁବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ
କରିଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିଦ୍ଦେଶକ ଡ଼. ଶରତ ସାହୁ କହିଛନ୍ତି ଓଡ଼ିଶାକୁ ମୌସୁମୀ
ଆସିବା ପାଇଁ ପାଗ ଅନୁକୂଳ ରହିଛି । 9 ବା , 10 ମୌସୁମୀ ବର୍ଷା ହେବ । ଉତ୍ତର ଓଡ଼ିଶାରେ ସାମାନ୍ୟ ତାତି
ରହିବ ।12 ଓ 13 ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାତି ପୁଣି ବଢିବ । କିଛି ସ୍ଥାନରେ 45 ଡ଼ିଗ୍ରୀ
ଟପିପାରେ । ଆସନ୍ତା 3 ରୁ 4 ଦିନ ଭିତରେ ମୌସୁମୀ ଓଡ଼ିଶା ଆସିବା ପାଇଁ ପାଗ ଅନୁକୂଳ ଅଛି ବୋଲି
ପାଣିପାଗ କେନ୍ଦ୍ର ନିଦ୍ଦେଶିକା ଡ଼.ମନୋରମା ମହାନ୍ତି କହିଛନ୍ତି । ତେବେ 2 ଦିନ ପରେ ପଶ୍ଚିମ
ଓଡ଼ିଶାରେ ତାତି ବଢିବ । ତାପମାତ୍ରା 42 ଡ଼ିଗ୍ରୀ ଉପରେ ରହିବ । ଗୁଳୁଗୁଳି ଅଧିକ ରହିବା ଯାଗୁ
ତାପମାତ୍ରା ଅଧିକ ଅନୁଭୂତ ହେବ । ଉପକଳୂରେ ବି ପ୍ରବଳ ଗୁଳୁଗୁଳୁ ହେବ । ପାଣିପାଗ ବିଭଗର ଆକଳନ ଅନୁସାରେ 7,8,9 ତାରିଖରେ ଗ୍ରୀଷ୍ମପ୍ରବାହ ଜାରି
ରହିବ । 7 ଓ 8ରେ ବଲାଙ୍ଗୀର ଓ ନୂଆପଡ଼ାରେ ଗ୍ରୀଷ୍ମପ୍ରବାହ ରହିବ । ତେବେ ଦକ୍ଷିଣ ଓଡ଼ିଶା ଓ
ଉତ୍ତର ଉପକୂଳ ଓଡ଼ିଶାରେ କିଛି ସ୍ଥାନରେ ବର୍ଷା ସମ୍ଭବନା ରହିଛି । ଏହି ଦୁଇ ଦିନ ଉପକୂଳ ଓଡ଼ିଶାର
ବିଭିନ୍ନ ସ୍ଥାନରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ ।