ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ
ହୋଇଥିବା ବିମାନରେ ଟଏଲେଟରୁ କୋଟି କୋଟି ଟଙ୍କା ସୁନା ଜବତ ହୋଇଛି । ଏହାର ଓଜନ 5.9 କେଜି
ଆନୁମାନିକ ମୂଲ୍ୟ ମୂଲ୍ୟ ପ୍ରାୟ 3,83 କୋଟି ଟଙ୍କା ହେବ ବୋଲି କୁହାଯାଉଛି । କଷ୍ଟମ ବିଭାଗ
ଏହି ସୁନା ଜବତ କରିଛି । ତେବେ କେଉଁ ସ୍ଥାନରୁ ଏହି ସୁନା ଚୋରା ଚାଲାଣ କରାଯାଇଥିଲା ତାହା
ଅଦୁସନ୍ଧାନ କରାଯାଉଛି । କଷ୍ଟମ ବିଭାଗ ଅଧିକାରୀଙ୍କ ଗୁପ୍ତ ସୂଚନା ଆଧାରରେ ମୁମ୍ବାଇକୁ ଆସୁଥିବା
ବିମାନକୁ ଯାଞ୍ଚ କରିଯାଇଥିଲା । ତେବେ ଏହି ଯାଞ୍ଚ ବେଳେ ସେମାନେ ଶୌଚାଳୟରେ କଳା ରଙ୍ଗର ରବର
ଖଣ୍ଡ ମିଳିଥିଲା । ଏହା ପରେ ଯେତେବେଳେ ଏହାକୁ ଯାଞ୍ଚ କରାଯାଇଥିଲା ସେଠାରେ ଉପସ୍ଥିତ ଥିବା ସମସ୍ତ
ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେହି ରବର ଖଣ୍ଡ ଭିତରେ
6 ଟି ସୁନାର ବିଡ଼ା ଥିଲା । କଷ୍ଟମ ବିଭାଗର ଅଧିକାରୀ କହିଛନ୍ତି ଯେ ବିମାନ ଭିତରେ 5.9 ଗ୍ରାମ
ଓଜନ ବିଶିଷ୍ଟ 6 ଟି ସୁନା ବାଡ଼ି ଜବତ କରାଯାଇଛି । ଯାହାର ମୂଲ୍ୟ 3.83 କୋଟି ଟଙ୍କା ।କଷ୍ଟମ୍ସ
ଡ଼୍ୟୁଟି ନ ଦେଇ ଏହା ଭାରତରେ ଚୋରେ ଚାଲାଣ
କରାଯାଇଛି । କିନ୍ତୁ କେଉଁଠାରୁ ସୁନା ଚୋରା ଚାଲାଣକାରୀମାନେ ଅତି ଅଜବ ଉପାୟରେ ସୁନା ଚୋରେ
ଚାଲାଣ କରନ୍ତି ।