ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ
ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି ନବୀନ ପଟ୍ଟନାୟକ
। ବିଜେଡ଼ିର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ଆଜି ରାଜଭବନରେ ପହଞ୍ଚି ଇସ୍ତଫା ଦେଇଛନ୍ତି
ନବୀନ ।ଚଳିତ ନିର୍ବାଚନରେ ବଡ଼ ପରାଜୟର ସାମ୍ନା କରିଛି ବିଜେଡ଼ି । 2019 ରେ 113 ଆସନ ଜିତିଥିବା
ବିଜେଡ଼ି 2024 ନିର୍ବାଚନରେ ମାତ୍ର 51 ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି । ଏହାସହ 6 ଷଷ୍ଠ
ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଆଶା ଧୂଳିସାତ ହୋଇଛି । 78 ଆସନରେ ବିଜୟ ସହ ବିଜେପି ବହୁମତ ବେଳେ ଘୋଷଣା ଅନୁଯାୟୀ
ଆସନ୍ତା 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । 2000 ମସିହାରୁ ଲାଗାତର
ମୁଖ୍ୟମନ୍ତ୍ରୀ ହୋଇ ଆସୁଥିଲେ ନବୀନ । ତେବେ 2024 ମସିହାରେ ଏଥିରେ ବିରାମ ଲାଗିଛି ।