ପ୍ରଥମ
ଓଡ଼ିଆ ମହିଳା ଭାବେ ମୌସୁମୀ ଲତା ପାଢୀ ଓଡ଼ିଶା ପିଏଫ
ଜୋନର ଆଞ୍ଚଳିକ ପିଏଫ କମିଶନର -2 ଭାବେ ନୁଯୁକ୍ତି ପାଇବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।
ଏହା ପୂର୍ବରୁ ମଧ୍ୟ ପ୍ରଥମ ମହିଳା ଭାବେ ସେ ଅନେକ ପଦରେ ଅବସ୍ଥାପିତ ହୋଇଥିଲେ । ସେ ଥିଲେ
ପ୍ରଥମ ଡ଼ିଆର ଏନଫେର୍ସମେଣ୍ଟ ଏବଂ ଓଡ଼ିଶାର ପ୍ରଥମ ମହିଳା ସହକାରୀ ପିଏଫ କମିଶନର । ଅନେକ
ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସେ ଇତିହାସ ରଚିଛନ୍ତି । 1993 ଏପ୍ରିଲରେ ପୋଜେକ୍ଟ ଆସିଷ୍ଟାଣ୍ଟ
ଭାବେ ଓମେନସ ଡ଼େଭେଲମେଣ୍ଟ କର୍ପୋରେସନ ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ବର୍ଷକ ପରେ
1994 ସେ ଯୋଗାଣ ଇନସପେକ୍ଟର ପରୀକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ମହିଳା ସଶକ୍ତିକରଣ
ପାଇଁ କାମ କରିବା ଏବଂ ସର୍ବାଧିକ ସଦସ୍ୟଙ୍କ ପାଖରେ ସାମାଜିକ ସୁରକ୍ଷା ଲାଭ ପହଂଚାଇବାକୁ ସୁନିଶ୍ଚିତ
କରିବା ପାଇଁ ସେ ଗୁରୁତ୍ବାରୋପ କରୁଛନ୍ତି । ତାଙ୍କର ବିଶ୍ବାସ ରହିଛି ଯେ ରାଜ୍ୟ ପାଇଁ ସୁବଠୁ
ବଡ଼ ଉପହାର ହେଉଛି ପିଲାମାନଙ୍କୁ ଶିକ୍ଷିତ କରିବା ।ତାଙ୍କର ଲକ୍ଷ୍ୟ ହେଉଛି ଜଣେ ଜଣକୁ ଶିକ୍ଷିତ
କରାନ୍ତୁ ।