ଓଡ଼ିଶା ବିଧାନସଭା ଭଙ୍ଗ କରିଛନ୍ତି ରାଜ୍ୟପାଳ ।
ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି
ବିଜେଡ଼ି ସରକାରଙ୍କ ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଭଙ୍ଗ ନେଇ
ରାଜ୍ୟପାଳଙ୍କୁ ସୁପାରିଶ କରିବା ପାଇଁ କ୍ୟାବିନେଟ ନିଷ୍ବତ୍ତି ନିଆଯାଇଥିଲା । ତେବେ ସୁପାରିଶ ପରେ ରାଜ୍ୟପାଳ ଭଙ୍ଗ
କରିଛନ୍ତି । କହିରଖୁଛୁ ଆସନ୍ତାକାଲି ଜୁନ 4 ରେ ଲୋକସଭା ଓ ବିଧାନସଭା 2024 ରେଜଲ୍ଟ ଆସିବାକୁ
ଯାଉଛି । ଭୋଟ ଗଣତି ପୂର୍ବରୁ ଆଜି ବୈଠକ
ବସିଥିଲା ଏବଂ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ ।