ନିର୍ବାଚନ ସରିବା ପରେ ଗ୍ରାହକଙ୍କୁ ବଡ଼ ଝଟକା, 2 ଟଙ୍କା ବଢିଲା ଅମୁଲ
କ୍ଷୀରର ଦର । ସେପଟେ ଟୋଲ ଟ୍ୟାକ୍ସ ବୃଦ୍ଧି କଲା ନ୍ୟାସନାଲ ହାଇଓ୍ବେ ଅଥରିଟି ଅଫ ଇଣ୍ଡିଆ ।
ଲୋକସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ଗ୍ରାହକଙ୍କୁ ଏଭଳି ମହଙ୍ଗା ମାଡ଼ ହୋଇଛି ।
ଦେଶର ପ୍ରମୁଖ ଡ଼ାଏରୀ କମ୍ପାନୀ ଅମୁଲ ବାଜିଠୁ ଦରବୃଦ୍ଧି ନେଇ ଘୋଷଣା କରିଛି । ଅମୁଲ ନିଜର ଗୋଲ୍ଡ଼
ବ୍ରାଣ୍ଡ ସମେତ ଅନ୍ୟ ସମସ୍ତ ଭେରାଇଟି ବ୍ରାଣ୍ଡ କ୍ଷୀରରେ ଲିଟର ପ୍ରତି ମୂଲ୍ୟରେ ଦୁଇ ଟଙ୍କା ବୃଦ୍ଧି ନେଇ
ଘୋଷଣା କରିଥିବା ବେଳେ ଆଜିଠୁ ନୂଆଦର ଲାଗୁ ହୋଇଛି । ଅମୁଲ ପରେ ଅନ୍ୟ ଡ଼ାଏରୀ କମ୍ପାନୀ ଗୁଡ଼ିକ
ମଧ୍ୟ ଦର ବୃଦ୍ଧି ବରିକାପରନ୍ତି ବୋଲି ଚଚ୍ଚା ହେଉଛି । ସେପଟେ ଆଜିଠୁ ଟୋଲ ପ୍ଲାଜାରେ ଅଧିକ 5
ପ୍ରତିଶତ ଟ୍ୟାକସ ପୈଠ କରିବେ ଗାଡ଼ି ଚାଳକ ।
ଜାତୀୟ ରାଜପଥ ବ୍ୟବହାରୀଙ୍କ ଦେୟର ବାର୍ଷିକ ସଂଶୋଧନ ପୂର୍ବରୁ ଏପ୍ରିଲ 1 ତାରିଖରୁ
କାର୍ଯ୍ୟକାରୀ କରାଯାଉଥିଲା । ତେବେ ଚଳିତ ବର୍ଷ ନିର୍ବାଚନ ଲାଗି ଏହାକୁ ଲାଗୁ କରାଯାଇନଥିବା ବେଳେ
ଆଜିଠୁ ଏହାକୁ ଲାଗୁ କରାଯାଇଛି ।