ସ୍ରେଣ୍ଟାଲ ଜାପାନରେ 5.9 ତୀବ୍ରତାର ଭୂମିକମ୍ପ ଅନୁଭୁତ ହୋଇଛି ।
କିନ୍ତୁ ସୁନାମି ସତର୍କ ସୂଚନା ନାହିଁ ବୋଲି
ଜାପାନ ପାଣିପାଗ ବିଭାଗ କହିଛି । ସ୍ଥାନୀୟ ସମୟ ସକାଳ 6 ଟା 31 ମିନିଟରେ ଆସିଥିବା ଏହି ଗଭୀର ଝଟକା
ନୋଟା ଉପଦ୍ବୀପରେ କେନ୍ଦ୍ରୀଭୂତ ହୋଇଥିବା ଜଣାପଡ଼ିଛି । ପ୍ରଥମ ଭୂମିକମ୍ପର 10 ମିନିଟ ପରେ ସେହି
ଅଞ୍ଚଳରେ ଦ୍ବିତୀୟ 4.8 ତୀବ୍ରତର ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଜେଏମଏ କହିଛି । ଏନଏଚକେ
ଅନୁଯାୟୀ ଏହି ଅଂଚଳରେ ଥିବା କାଶିଓ୍ବାଜାକି –
କାରିଓ୍ବା ପରମାଣୁ କାରଖାନାରେ କାମ ବନ୍ଦ କରାଯାଇ କ୍ଷୟକ୍ଷତିର ଆକଳନ କରାଯାଉଛି । ଭୂମିକମ୍ପ
କେନ୍ଦ୍ରିଭୂ ହୋଇଥିବା ଏହି ସ୍ଥାନରେ ଜାନୁଆରୀ ମାସରେ ମଧ୍ୟ ଭୂମିକମ୍ପ ହୋଇଥିଲା । ଯେଉଁଥିରେ 200 ରୁ ଅଧିକ
ଲୋକଙ୍କ ଜୀବନ ଯାଇଥିଲା ।