ରାଜ୍ୟ ସରକାରଙ୍କ ଅନ୍ତିମ କ୍ୟାବିନେଟ ବୈଠକ ପୂର୍ବାହ୍ନ ସାଢେ 11 ଟାରେ
ଅନୁଷ୍ଠିତ ହେବ । ବିଜେଡ଼ି ସରକାରର ପଞ୍ଚମ ପାଳିର ଶେଷ କ୍ୟାବିନଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ
ପଟ୍ଟନାୟକ ଅକ୍ଷ୍ୟକ୍ଷତା କରିବେ । ଏନେଇ ସବୁ ବିଭାଗର ମନ୍ତ୍ରୀ ଙ୍କୁ ଅବଗତ କରାଯାଇଛି । ଚଳିତ
ସାଧରଣ ନିର୍ବାଚନରେ ଭୋଟ ଗଣତି ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ । ଭୋଟ ଗଣତି ପୂର୍ବରୁ ମନ୍ତ୍ରିମଣ୍ଡଳ
ଭଙ୍ଗ କରିବା ନେଇ ବୈଠକରେ ନିଷ୍ବତ୍ତି ହୋଇପାରେ । ଭୋଟ ଗଣତି ପରେ ସଂଖ୍ୟା ଗରିଷ୍ଠତା ହାସଲ
କରିଥିବା ଦଳ ସରକାର ଗଢିବା ନେଇ ରାଜ୍ୟପାଲଙ୍କୁ ଅବଗତ କରାଇବେ । ଭରତର ନିର୍ବାଚନ ଆେୟାଗଙ୍କ
ନିର୍ବାଚନ ପ୍ରକ୍ରିୟା ଅନୁଯାୟୀ ଜୁନ 4 ରେ ଭୋଟ ଗଣତି ରହିଛି । ଏହା ପୂର୍ବରୁ ରାଜ୍ୟ ସରକାର
ତାଙ୍କର କାର୍ଯ୍ୟକାଳ ପୂରଣ ନେଇ ଅବଗତ କରାଇବେ ।