ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ ହ୍ରାସ ପାଇଛି । ଦେଶରେ ତୈଳ ମାର୍କେଟିଂ
ଓ ଇଣ୍ଡିଆାନ ଅଏଲ କର୍ପୋରେସନ ଲିମିଟେଡ଼ ଜୁନ ପହିଲାରୁ 19 କେଜି କମର୍ସିଆଲ ଏଲପିଜି ଗ୍ୟାସ
ସିଲିଣ୍ଡରର ହ୍ରାସ କରିବାକୁ ଘୋଷଣା କରିଛନ୍ତି । ତେବେ ଘେରାଇ ଏଲପିଜି ମୂଲ୍ୟ ଅପରିବତ୍ତିତ
ରହିଛି । ଦର କରିବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ମୂଲ୍ୟ 69.40 ଟଙ୍କା ହ୍ରାସ ପାଇଛି
। ପୂର୍ବରୁ ମେ 1 ତାରିଖରେ ଦିଲ୍ଲୀରେ 19 କେଜି କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ 19
ଟଙ୍କା ହ୍ରାସ ପାଇଥିଲା । ଏହାଫଳରେ ବୈବସାୟିକ ଏଲପିଜି ସିଲିଣ୍ଡର ଦାମ 1745 ଟଙ୍କାକୁ କମିଥିଲା
।
ସୂଚନାଯୋଗ୍ୟ ପୂର୍ବରୁ ଜାନୁଆରୀରେ 19 କିଲୋଗ୍ରାମ ବ୍ୟବସାୟିକ
ଏଲପିଜି ସିଲିଣ୍ଡରର ଦର 1.50 ଟଙ୍କା ବଢିଥିଲା । ଫେବ୍ରୁଆରୀରେ 14 ଟଙ୍କା ବୃଦ୍ଧି ହୋଇଥିଲା । ମାଚ୍ଚ
ମାସରେ ଏହା 25.50 ଟଙ୍କା ବଢିଥିଲା । ଗତ 3 ମାସ ମଧ୍ୟରେ କମର୍ସିଆାଲ ଏଲପିଜି ସିଲିଣ୍ଡରର ଦରର
ମୋଟ 41 ଟଙ୍କା ବୃଦ୍ଧି ପାଇଛି । କମର୍ସିଆଲ ଏଲପିଜି ସିଲିଣ୍ଡରର ନୂଆ ଦର ମାଚ୍ଚ 1 ଠାରୁ ଲାଗୁ
ହୋଇଥିଲା ।