ପୁରୀ ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ଫୋରଣ ଘଟଣାରେ ଶନିବାର ଆଉ ଜଣଙ୍କର
ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 8 କୁ ବୃଦ୍ଧି ପାଇଛି । ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ
ଏସଆାରସିଙ୍କ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ମେଡ଼ିକାଲରେ 22 ଜଣ ଚିକିତ୍ସାଧୀନ ଅବସ୍ଥାରେ ରହି ଚିକିତ୍ସିତ
ହେଉଛନ୍ତି ।
ସୂଚନାଯୋଜଗ୍ୟ ନରେନ୍ଦ୍ର
ପୁଷ୍କରିଣୀରେ ବୁଧବାର ରାତିରେ ଠାକୁରଙ୍କ ଭଉଁରୀ ଚନ୍ଦନ ଯାତ୍ରା ଚାଲିଥିବାବେଳେ ବାଣ ବିସ୍ଫୋରଣ
ଘଟି ପ୍ରଥମେ 3 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 30 ରୁ ଅଧିକ ଆହାତ ହୋଇଥିଲା । ବୁଧବାର ରାତିରେ
ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ବରର ଘେରାଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅନ୍ୟ 2 ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହି ଘଟଣାରେ ନିଜ ଆଡ଼ୁ ମାମଲା ରୁଜୁ କରିଛି ।