ରାଜ୍ୟର ବହୁ ପ୍ରତିକ୍ଷିତ ଚତୁର୍ଥ ପର୍ଯ୍ୟାୟ ମତଦାନ ଆାଜି
ସକଳା 7ଟାରୁ ଆରମ୍ଭ ହୋଇଛି । ମୟୁରଭଂଜ , ବାଲେଶ୍ବର,
ଭଦ୍ରକ, ଯାଜପୁର , କେନ୍ଦ୍ରପଡ଼ା ଓ ଜଗତସିଂହପୁର ଲୋକସଭା କ୍ଷେତ୍ର ଓ ଏହାର ଅଧୀନ 42 ବିଧାନସଭା
ଆସନରେ ମତଦାତାମାନେ ଭୋଟ ଦେଉଛନ୍ତି । ଶେଷ ପର୍ଯ୍ୟାୟ ମତଦାନ ପାଇ 10 ହଜାର 882 ବୁଥ ରହିଛି ।
ଏହା ମଧ୍ୟରୁ 21 ପ୍ରତିଶତ ବୁଥ ସମ୍ବେଦନଶୀଳ ରହିଛି । ଶାନ୍ତି ଶୃଙ୍ଖଳାରେ ମତଦାନ ପାଇଁ ପୋଲିସ
ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି ।
ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଲିସ ପ୍ରଶାସନ ସଂପୂଣ୍ଣ
ପ୍ରସ୍ତୁତ ଥିବା କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ। 6 ଲୋକସଭା ଓ 42 ବିଧାନସଭା ଆସନ ପାଇଁ 10 ହଜାର
,882 ବୁଥରେ ମତଦାନ ଗ୍ରହଣ କରାଯାଉଛି । ସେଥିମଧ୍ୟରୁ 21 ପ୍ରତିଶତ ସମ୍ବେଶଦଶୀଳ ବୁଥ ଚିହ୍ନଟ
କରାଯାଇଛି 36 ହଜାର ପୁଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । 126 କମ୍ପାନୀ ଅରଦ୍ଦଶାମରିକ
ବାହିନୀ , 76 ପ୍ଲାଟୁନ ଓଡ଼ିଶା ଆର୍ମଡ଼ ପୁଲିସ ବୁଥ ତଦାରଖ କରୁଛନ୍ତି । 843 ମୋବାଇଲ ପାଟ୍ରେଲିଂ
ପାର୍ଟି ନିର୍ବାଚନ ଦାୟିତ୍ବରେ ଏସଡ଼ିପିଓ ଓ
ଡ଼ିଏସପି ଦାୟିତ୍ବରେ ରହିଛନ୍ତି । ସମ୍ବେଦନଶୀଳ ସ୍ଥାନରେ କୁଇକ ଅାକ୍ସନ ଟିମ କାମ କରୁଛି ।