ଲୋକସଭା ନିର୍ବାଚନ 2024 ର ଚୂଡ଼ାନ୍ତ
ପର୍ଯ୍ୟାୟରେ ଶନିବାର 8 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ମୋଟ 57 ଟି ଆସନରେ ମତଦାନ କଡ଼ା ସୁରକ୍ଷା
ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି । ବିହାର, ଚଣ୍ଡିଗଡ଼, ହିମାଚଳପ୍ରଦେଶ , ଝାଡ଼ଖଣ୍ଡ,ଓଡ଼ିଶା ପଂଜାବ,ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ 57 ଲୋକସଭା ଆସନ ସହ ଓଡ଼ିଶାର 42
ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । 10.06 କୋଟିରୁ ଅଧିକ ଭୋଟର ଏହି ପର୍ଯ୍ୟାୟରେ
1.09 ଲକ୍ଷ େଭାଟିଂ ବୁଥରେ ମୋଟ 904 ପ୍ରାର୍ଥୀଙ୍କ ଭାଗ୍ୟ ନିଦ୍ଧାରଣ କରୁଛନ୍ତି । ଭୋଟରଙ୍କ
ମଧ୍ୟରେ 5.42 କୋଟି ପୁରୁଷ ଥିବାବେଳେ 4.82 କୋଟି ମହିଳା ଏବଂ 3574 ଜଣ ତୃତୀୟ ଲିଙ୍ଗୀ
ଅଛନ୍ତି । ଅନ୍ତିମ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ପଞ୍ଚବରେ 13 ଲେଖାଏଁ ଆସନ ବିହାରର,
ବିହାରର8 ଓଡ଼ିଶାର 6 , ହିମାଚଳପ୍ରଦେଶରେ 4, ୪, ଝାଡ଼ଖଣ୍ଡରେ ୩ ଏବଂ ଚଣ୍ଡୀଗଡ଼ରେ ଗୋଟିଏ ଆସନରେ
ଶେଷ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଜାରି ରହିଛି।