ଓଡ଼ିଶାରେ ଅନୁଷ୍ଠିତ
ହେବ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ବା ଶେଷ ପର୍ଯ୍ୟାୟରେ 6 ଲୋକସଭା ଓ 42
ବିଧାନସଭା ଆସନରେ ଶନିବାର ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ବିଶେଷ ଭାବେ ହିଂସାକାଣ୍ଡକୁ ନଜର
ରଖାଯାଇଛି ବୋଲି କହିଛନ୍ତି ପୋଲିସ ଡ଼ିଜି ଅରୁଣ ଷଡ଼ଙ୍ଗୀ । ପ୍ରେସମିଟ କରି ଡ଼ିଜି କହିଛନ୍ତି
ପ୍ରଥମ ଥର ପାଇଁ 25ବର୍ଷ ପରେ ମାଓବାଦୀ ଅଂଚଳରେ
ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହୋଇଛି । ଏଥର 10 ହଜାର 882 ଟି ବୁଥ ଅଛି । ଏହା ଭିତରେ 21
ପ୍ରତିଶତ ବୁଥ ସମ୍ବେଦନଶୀଳ । 36 ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ ।
126 କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ , ୮୬ ପ୍ଲାଟୁନ ଓଡିଶା ଆର୍ମ ପୋଲିସ ରହିବେ ।
ବୁଥ ତଦାରଖ ପାଇଁ ୮୪୩ ଟି ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । ଜିପିଏସ ଜରିଆରେ
କଣ୍ଟ୍ରୋଲ ରୁମକୁ ମନିଟର କରିବ ପେଟ୍ରୋଲିଂ ପାର୍ଟି ।
ଅନ୍ୟପଟେ ବିଧାନସଭା ନିର୍ବାଚନମଣ୍ଡଳୀ
ପାଇଁ ଏସଡିପିଓ ଓ ଡିଏସପି ଦାୟିତ୍ୱରେ ରହିବେ । ସମ୍ବେଦନଶୀଳ ସ୍ଥାନରେ କୁଇକ ଆକ୍ସନ ଟିମ କାମ
କରିବ । ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ହୋଇଛି । ଆଇନ ଶୃଙ୍ଖଳା ରକ୍ଷା ଓ
ନିର୍ବାଚନ ପରିଚାଳନା ପାଇଁ ଜିଲା ସୀମାରେ ଥିବା ୨୧ ଟି ବର୍ଡର ଚେକ ପୋଷ୍ଟ ରେ କଡାକଡି ଚେକିଂ
ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ
କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୫୫ ଟି ଫ୍ଲାଇଁ ସ୍କାର୍ଡ ବୁଲୁଛି। ଏହା ବ୍ୟତୀତ ୨୫୫ ଟି
ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୧୩ ଟି ସ୍ଥାନରେ ଇଭିଏମ ଷ୍ଟ୍ରଙ୍ଗ ରୁମ
ରହିଛି । ସେଠାରେ ମଧ୍ୟ ଇନର କାର୍ଡନ ଦାୟିତ୍ୱରେ ଅର୍ଦ୍ଧ ସାମରିକ ବାହିନୀ କାମ କରିବ । ଆଉଟର
କର୍ଡନ ଦାୟିତ୍ୱରେ ଓଡିଶା ପୋଲିସ ରହିବ ।