ନିରାଶ ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।
ଇଭିଏମ ଭଙ୍ଗାରୁଜା ମାମଲାରେ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲାନି ଜାମିନ । ଜାମିନ ଆବେଦନ ଖାରଜ
କଲେ ଖୋର୍ଦ୍ଧା ଦ୍ବିତୀୟ
ଅତିରିକ୍ତ ଜିଲ୍ଲା ଦୈରାଜଜ୍ କୋର୍ଟ । ମତଦାନ ବେଳେ ଇଭିଏମ ଭାଙ୍ଗିଥିବା ଅଭିଯୋଗରେ ଜଗଦ୍ଦେବ
ଗିରଫ ହୋଇଛନ୍ତି । ମାମଲାରେ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସମେତ 40 ଆଇନଜୀବୀ ଯୁକ୍ତି ଉପସ୍ଥାପନା
କରିଥିଲେ ।ଯାହା ପରେ ରାୟ ସଂରକ୍ଷିତ ରଖିଥିଲେ ଖୋର୍ଦ୍ଧା ଦ୍ବିତୀୟ ଜିଲ୍ଲା ଦୈରାଜଜ୍ କୋର୍ଟ ।
ସୂଚନା ଅନୁସାରେ ବେଗୁନିଆ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟରେ 144
ନଂ ବୁଥରେ ଗଣ୍ଡଗୋଳ ,ଭାରପିଟ ଓ ଇଭିଏମ ଭଙ୍ଗାରୁଜା ଅଭିଯୋଗରେ ପ୍ରଶାନ୍ତ ଜଗେଦବଙ୍କୁ ଗିରଫ କରିଛି ପୋଲିସ ।
ପ୍ରଶାନ୍ତଙ୍କ ବିରୋଧର117/24ରେ ମାମଲା ରୁଜୁ କରିଛି ପୋଲିସ ।ତାଙ୍କ ବିରୋଧରେ ଆଇପିସି ଧାରା
452,448,294,354,323,332,427,171( ସି ),506 (ଆଇ), 354,34 ସହ 3 ପିଡ଼ି ପିପି ଆକ୍ଟ
ଲାଗିଛି । ନିକଟରେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ସିସିଟିଭି ଫୁଟେଜ ଜାରି କରିଥିଲେ । ଯେଉଁଥିରେ
ଜଗଦ୍ଦେବ ଇଭିଏମ୍ ଭାଙ୍ଗିନଥିବା ସେ ଦାବି କରିଛନ୍ତି । ପୋଲିସ ଷଡଯନ୍ତ୍ର କରି ଗିରଫ କରିଛି
ବୋଲି ବିଜେପି ଦାବି କରିଛି ।