ପୁଣି ଦୁଇ ଜଣଙ୍କ ଜୀବନ ନେଲା ବାଣ
ବିସ୍ଫୋରଣ ଘଟଣା । ଚିକିତ୍ସା ଚାଲିଥିବା ବେଳେ ଆଉ ଦୁଇଜଣଙ୍କ ପ୍ରାଣ ଯାଇଛି । ନରେନ୍ଦ୍ର ପୁଷ୍କରିଣୀରେ
ମହାପ୍ରଭୁଙ୍କ ଭଉଁରୀ ନୀତି ଚାଲୁଥିବା ବାଣ ବିସ୍ଫାରଣ ଘଟଣାରେ 6 ଜଣଙ୍କ ଜୀବନ ଯାଇଛି । ସ୍ବତନ୍ତ୍ର ରିଲିଫ କମିସନର ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏଥି ସହିତ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 6 କୁ ବୃଦ୍ଧି
ପାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ମିଳିଥିବା ତଥ୍ୟ ଆଧାରରେ ଆାଉ ଦୁଇ ଜଣଙ୍କ
ମୃତ୍ୟୁ ଘଟିଥିବା ନେଇ ଏସଆରସିଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି । ଚିକିତ୍ସାଧୀନଅବସ୍ଥାରେ ଏହି 2 ଜଣଙ୍କ ମୃତ୍ୟୁ
ଘଟିଛି। ଏହି ଘଟଣାରେ ଆାହତ
ହୋଇଥିବା ଆହୁରି 24
ଜଣ ବିଭିନ୍ନହସ୍ପିଟାଲରେ
ଚିକିତ୍ସାଧୀନ ଅଛନ୍ତି । ସରକାର ସ୍ଥିତି ଉପରେ ନଜର ରଖିଥିବା ଏସ୍ଆର୍ସିଙ୍କକାର୍ଯ୍ୟାଳୟ
ପକ୍ଷରୁ କୁହାଯାଇଛି।ସେହିପରି ମୃତକଙ୍କ ପରିବାର ଲୋକଙ୍କୁ 4 ଳକ୍ଷ ଟଙ୍କା ଲେଖାଏଁସହାୟତା ରାଶି ପ୍ରଦାନ କରିବା ନେଇ
ପୁରୀ ଜିଲ୍ଲାପାଳ କହିଛନ୍ତି ।