ଭାରତୀୟ
ରିଜର୍ଭ ବ୍ୟାଙ୍କ ବିଦେଶରେ ବନ୍ଧକ ରଖିଥିବା ଶହେ ଟନ ସୁନାକୁ ଏବେ ନିଜ ଦେଶକୁ ଫେରାଇ ଆଣିଛି । ଜାତୀୟ
ଗଣମାଧ୍ୟମର ରିପୋର୍ଟ ମୁତାବକ ଆଗାମୀ ଦିନରେ ବିଦେଶରେ ବନ୍ଧକ ରଖିଥିବା ଆହୁରି ସୁନାକୁ ଫେରାଇ ଅଣାଯିବ
। ତେବେ 1991 ମସିହାରେ ବନ୍ଧକ ରଖାଯାଇଥିବା ଏହି ସୁନାକୁ ଏବେ ଆରବିଆଇର ଷ୍ଟକରେ ସାମିଲ
କରାଯାଇଛି । ଜାଣି ରଖିବା ଉଚିତ ଯେ ଭାରତୀୟ ରିଜର୍ଭ ବ୍ୟାଙ୍କରୁ ଅଧିକ ସୁନାର ବ୍ୟାଙ୍କ ଅଫ
ଇଂଲଣ୍ଡ ଏବଂ ବ୍ୟାଙ୍କ ଅଫ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ ପାଖରେ ରହିଛି । ଆରବିଆାଇ ଦ୍ବାରା
ଜାରି କରାଯାଇଥିବା ରିପୋର୍ଟ ମୁତାବକ 2004 ମସିହା ମାଚ୍ଚ 31 ତାରିଖ ସୁଦ୍ଧା କୋନ୍ଦ୍ର ସରକାରଙ୍କ
ପାଖରେ ବିଦେଶୀ ମୁନ୍ଦ୍ର ଭଣ୍ଡାରର ଅଂଶ ଭାବରେ 822.10 ଟନ ସୁନା ରହିଛି । ଯାହାକି ଗତବର୍ଷ ଏହି
ସମୟରେ 794.63 ଟନ ଥିଲା । 1991 ମସିହାରେ ଚନ୍ଦ୍ରଶେଖର ସରକାରଙ୍କ ସମୟରେ ଆର୍ଥିକ ସନ୍ତୁଳନ
ରକ୍ଷା କରିବାକୁ ରିଜର୍ଭ ବ୍ୟାଙ୍କର ସୁନାକୁ ବନ୍ଧକ ରଖାଯାଇଥିଲା । 1991 ମସିହା ଜୁଲାଇ 1 ରୁ 18 ତାରିଖରେ ଭାରତୀୟ
ରିଜର୍ଭ ବ୍ୟାଙ୍କ 46.91 ଟନ ସୁନା ବନ୍ଧକ ରଖି ବ୍ୟାଙ୍କ ଅଫ ଇଂଲଣ୍ଡଏବଂ ବ୍ୟାଙ୍କ ଅଫ ଜାପାନ
ପାଖରୁ 4 ଶହ ମିଲିୟନ ଟଙ୍କା ଯୋଗାଡ଼ କରିପାରିଥିଲା