ଗୁପ୍ତଧନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍ଟ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଟ୍ରମ୍ପଙ୍କ ବିରୋଧରେ ଆସିଥିବା 34 ଟି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସନ୍ତା ଜୁଲାଇ 11 ତାରିଖରେ ମାମଲାର ପରବତ୍ତୀ ଶୁଣାଣି ହେବ ଏବଂ ସେହିଦିନ ଟ୍ରମ୍ପଙ୍କୁ ଦଣ୍ଡାଦେଶ ଦିଆଯିବ । କୋର୍ଟଙ୍କ ଏପରି ନିଷ୍ପତ୍ତି ପରେ ରିପବ୍ଲିକାନ ପାର୍ଟି ସଦସ୍ୟମାନେ ଲହାକୁ ବିରୋଧ କରିବା ସହିତ ଟ୍ରମ୍ପଙ୍କ ସମର୍ଥନରେ ଛିଡ଼ା ହୋଇଛନ୍ତି । 77 ବର୍ଷିୀୟ ଟ୍ରମ୍ପ ହେଉଛନ୍ତି ପ୍ରଥମ ଆମେରିକୀୟ ରାଷ୍ଟ୍ରପତି, ଯାହାଙ୍କୁ ଅପରାଧୀ ଭାବେ ଘୋଷଣା କରାଯାଇଛି । ମାତ୍ର ଟ୍ରମ୍ପ ତାଙ୍କ ବିରୋଧରେ ରହିଥିବା ମାମଲାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ତଦନ୍ତରେ ତ୍ରୁଟି ରହିଥିବା ସେ କୋର୍ଟରେ କହିଛନ୍ତି ।
ସୂଚନାଯୋଗ୍ୟ 2016 ରେ ଟ୍ରମ୍ପ ରାଷ୍ଟ୍ରପତି ହେବ ପୂର୍ବରୁ ଅଭିନେତ୍ରୀ ଷ୍ଟର୍ମି ଡ଼ାନିଏଲଙ୍କ ସହିତ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା । ଉଭୟଙ୍କ ସମ୍ପର୍କକୁ ଲୁଚାଇବା ପାଇଁ ଟ୍ରମ୍ପ ମୋଟା ଅଙ୍କର ଅର୍ଥ ଦେଇଥିଲେ । ଏହି ମାମଲରେ କୋର୍ଟରେ 34 ଟି ଅଭିଯୋଗ , 11 ଟି ଚାଲାଣ 12 ଟି ରସିଦ ଏବଂ 11ଟି ଚେକ ଦାଖଲ କରାଯାଇଥିଲା ।