ଭୀଷଣ ତାତି ଯୋଗୁ ପଶ୍ଚିମ
ଓଡ଼ିଶାରେ ଅସମ୍ଭାଳ ସ୍ଥିତି ଉପୁଜିଛି । ଅଂଶୁଘାତରେ 41 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁରରେ 8 ,
ଝାରସୁଗୁଡ଼ାରେ 7, ବଲାଙ୍ଗୀରରେ 6 ଜଣ ଏବଂ ଅନ୍ୟ ସ୍ଥାନରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା
ସୂଚନା ମିଳିଛି । ରାଉରକେଲା ଆରଜିଏଚରେ 12 ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 4 ଜଣ ଏବଂ ବନ୍ଧମୁଣ୍ଡାର ରେଳବାଇ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ
ହୋଇଛି । ମେଡ଼ିକାଲରେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରବଳ ଖରା ଯୋଗୁଁ
ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।
ସୁନ୍ଦରଗଡ଼ ସମେତ ସାରା ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍କପ୍ରବାହ ଲାଗି ରହିଛି । ଝାରସୁଗୁଡ଼ାରେ
ତାପମାତ୍ରା 47 ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଘଟଣା
ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଆରଜିଏଚ ହସ୍ପିଟାଲକୁ
ଯାଇଛନ୍ତି ଏଡ଼ିଏମ୍ , ପାନେପାଷ ଉପଜିଲ୍ଲାପାଳ । ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିଦ୍ଦେଶ
ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦେକ୍ଷପ ନିଆଯିବ । ସେହିଭଳି ସୁନ୍ଦରଗଡ
ହସପିଟାଲରେ ୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।