ମିଳିଲା ଆଶ୍ୱସ୍ତି।
କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର
ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ମୌସୁମୀ ଅଗ୍ରସର ହେଉଛି। ସ୍ୱାଭାବିକ
ସମୟର ୨ ଦିନ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଛି।ଓଡିଶାକୁ ଜୁନ ୧୨ ପରେ ମୌସୁମୀ ଆସିବାର
ସମ୍ଭାବନା ରହିଛି । ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ
ଥିବାବେଳେ ଜୁନ୍ ୨ ପର୍ଯ୍ୟନ୍ତ ଅଧିକାଂଶ ଭାଗରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ପାଣିପାଗ
ବିଭାଗ କହିଛି।ଦେଶରେ ଏଥର ଭଲ ବର୍ଷା ହେବ । ସ୍ୱାଭାବିକ ଠାରୁ ଅଧିକ ବର୍ଷା କରାଇବ ମୌସୁମୀ । ୧
ଜୁନରୁ ୩୧ ସେପଟେମ୍ବର ଯାଏଁ ମୌସୁମୀ ପାଇଁ ୮୭ ସେଣ୍ଟିମିଟର ବର୍ଷା ହେଇଥାଏ, ଏଥର ୧୦୬ ସେଣ୍ଟିମିଟର ବର୍ଷା ହେବାର
ସମ୍ଭାବନା ରହିଛି ।