ପୁରୀ ବାଣ ବିସ୍ଫୋରଣ
ଘଟଣାରେ ଆହତଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବର ସମ ହସ୍ପିଟାଲ ଯାଇ
ସେଠାରେ ଚିକିସିତ ହେଉଥିବା ଆହତଙ୍କୁ ଭେଟିବା ସହ ସେମାାନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ପଚାରି
ବୁଝିଛନ୍ତି । ସମସ୍ତ ଆହତଙ୍କ ଆଶୁ ଆାରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଚିକିସା
ବ୍ୟବସ୍ଥା ସମ୍ପର୍କରେ ବରିଷ୍ଠ ଡ଼ାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।ଗତକାଲି ରାତିରେ ପୁରୀରେ
ମହାପଭ୍ରୁଙ୍କ ଭଉଁରୀ ଯାତ୍ରା ସମୟରେ ଘଟିଥିଲା ।
ବିସ୍ଫୋରଣରେ ପ୍ରଥମେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପରେ ଚିକିତ୍ସାଧିନ ଅବସ୍ଥାରେ ଆଉ ଜଣଙ୍କର ମୁତ୍ୟୁ
ହୋଇଛି । ଏସିବିରେ ଜଣେ ଓ ହାଇଟେକ ହସ୍ପିଟାଲରେ ଜଣଙ୍କର ମୁତ୍ୟୁ ହୋଇଛି । ଏବେ ବି ପ୍ରାୟ 30
ଜଣ ଆହତଙ୍କ ଚିକିତ୍ସା ଚାଲିଛି । ଆହତଙ୍କୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଭର୍ତି
କରାଯାଇଛି ।