ପ୍ରଧାମନ୍ତ୍ରୀ ମୋଦି ବୁଧବାର ଓଡ଼ିଶା ଆସି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ
ଟାର୍ଗେଟ କରିଛନ୍ତି । ଯାହାର କାଉଣ୍ଟର କରିଛନ୍ତି ବିଜେଡ଼ି ନେତା କାର୍ତିକ ପାଣ୍ଡିଆନ । ପ୍ରେସମିଟ କରି
ମୋଦିଙ୍କ ଗୋଟିଗୋଟି କଟାକ୍ଷର ଜବାବା ଦେଇଛନ୍ତି ପାଣ୍ଡିଆନ । ସେ କହିଛନ୍ତି ମାଦିଜୀ ଗତକାଲି
କହିଛନ୍ତି ବିଜେଡ଼ିର 6ମାସ ମଧ୍ୟରେ ବଡ଼ କମ୍ପନ ହେବାକୁ ଯାଇଛି । ସେ ସବୁବେଳେ ଆାଜି ହେବ କାଲି ହେବ କହୁଛନ୍ତି । ତାଙ୍କ ପାଖରେ ବୋଧେ
ଜଣେ ଭଲ ଜ୍ୟୋତିଷ ଅଛନ୍ତି। ଆମେ ଆଶା କରୁଛୁ ଭାଜପା ପ୍ରଥମେ ନିଜର ଜ୍ୟୋତିଷ
ପରିବର୍ତ୍ତନ କରୁ’ । ଦଳ
ସବୁବଳେ ନିଜର ଷ୍ଟ୍ରାଟେଜି ପରିବର୍ତନ କରୁଛି । ଭାଜପା
ଦେଶରେ 10 ବର୍ଷ ହେବ କ୍ଷମତାରେ ଅଛି । 10 ବର୍ଷ କ୍ଷମତା ଭିତରେ ଓଡ଼ିଶାରେ କେତେ ରାସ୍ତା
ତିଆାରି କରିଛନ୍ତି । ଯଦି କୋଷ୍ଟାଲ ହାଇଓ୍ବେ କରିଥାନ୍ତେ ତାହେଲେ ଓଡ଼ିଶାର ଅନେକ ବିକାଶ
ହୋଇଥାନ୍ତା । ରାଜ୍ୟକୁ ଶିଳ୍ପ ଆସିପାରିଥାନ୍ତା । 10 ବର୍ଷ କ୍ଷମତାରେ ଥାଇ କିଛି କରିପାରିଲେ
ନାହିଁ କିନ୍ତୁ ନିର୍ବାଚନରେ 10 ଦିନ ଆଗରୁ ଓଡ଼ଶା କଥା ମନେପଡ଼ିଗଲା ବୋଲି ପାଣ୍ଡିଆନ କହିଛନ୍ତି
। ପାଣ୍ଡିଆନ ଆହୁରି କହିଛନ୍ତି ଭାଜପା ଯେତେ ବି ବ୍ୟକ୍ତିଗତ ଆକ୍ରମଣ କରୁ ଏହାର ପ୍ରଭାବ
ମୁଖ୍ୟମନ୍ତ୍ରୀଙ୍କ ଉପରେ ପଡ଼ିବ ନାହିଁ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ । ସବୁ
ରାଜ୍ୟରେ ବ୍ୟକ୍ତିଗତ ଆେକ୍ଷପ କରୁଛି ଭାଜପା ।ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିବା ଭାଜପାର ଷ୍ଟାଣ୍ଡାର୍ଡ଼
ଫର୍ମୁଲା । ଓଡ଼ିଶାବାସୀ କେବେ ବି
ମୁଖ୍ୟମନ୍ତ୍ରୀଙ୍କ ଅମମ୍ମାନକୁ ଗ୍ରହଣ କରିବେ ନାହିଁ । ଓଡ଼ିଶା ବାସୀ ଶାନ୍ତି ପ୍ରିୟ ଲୋକ ଚୁପ
ରହି ଭୋଟରେ ଦେଖାଇବେ ।