କିଛି ଦିନ ତଳେ ବ୍ରେକ ଲାଗିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଅସହ୍ୟ ତାତି । ମଙ୍ଗଳବାର
ରାଜ୍ୟରେ ତାତି 46 ଛୁଇଁଥିବା ବେଳେ ଆଜି ସକାଳେ ସାଢେ 8 ଟା ସୁଦ୍ଧା ପାର 39 ଛୁଇଁଛି ।ଏହି
କ୍ରମରେ ଭବାନୀପାଟଣାରେ ତାତି 39 ଡ଼ିଗ୍ରୀ ରେକର୍ଡ଼ କରାଯିବା ସହ ସବୁଠାରୁ ଉତ୍ତପ୍ତ ସହର ହୋଇଛି
। ଗୁରୁବାର ସକାଳ 5 ଟା 30 ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା 31 ଡ଼ିଗ୍ରୀ ରାକର୍ଡ଼ କରାଯାଇଛି ।
ସେହିପରି ରାଜଧାନୀର ଆଦ୍ରତା 87 ପ୍ରତିଶତ ରହିଛି । ଆଜି ଝାରସୁଗୁଡ଼ା , ସମ୍ବଲପୁର, ସୋନପୁର,
ବୌଦ୍ଧ , କନ୍ଧମାଳ, ଓ ବଲାଙ୍ଗୀର ଜିଲ୍ଲା ପାଇଁ ଅରେଞ୍ଜ ଓ୍ବାଣ୍ଣି ଜାରି କରାଯାଇଛି ।
ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ , ଜଗତସିଂହପୁର, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି
ଓ ଢେଙ୍କାନାଳରେ ଗୁଳୁଗୁଳି ହେବବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।