ଅନୁଗୁଳ ଛେଣ୍ଡିପଦରେ ଦେହୁରୀ
ସାହି ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼ । ଛାତ ଉପରୁ ପଡ଼ି
ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ନେଇ ସୂଚନା
ଦେଇଛନ୍ତି ଅନୁଗୁଳ ଏସପି ଉମାଶଙ୍କର ଦାସ । ଶବ ବ୍ୟବଚ୍ଛେଦ ଓ ସାଇଣ୍ଟିଫିକ ରିପୋର୍ଟ ପରେ ଅଧିକ
ତଥ୍ୟ ମିଳିପାରିବ । ଜେରଙ୍ଗ ଗାଁର ବିଭୂତି ଗଡ଼ନାୟକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।
ରକ୍ତାକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ତାଙ୍କ ମୃତେଦହ ଉଦ୍ଦାର କରାଯାଇଥିଲା । ରାଜନୈତିକ ଶତ୍ରୁତାରୁ
ହତ୍ୟା କରାଯାଇଥିବା ସେନ୍ଦହ କରାଯାଉଥିଲା । ପୂର୍ବରୁ ନିର୍ବାଚନରେ ଟଙ୍କା ଖଚ୍ଚକୁ ନେଇ ଗଣ୍ଡଗୋଳ ହୋଇଥିଲା । ଥାନାରେ
ଟଙ୍କା ଖଚ୍ଚକୁ ନେଇ ହୋଇଥିବା ଗଣ୍ଡଗୋଳର ସମାଧାନ ବି କରାଯାଇଥିଲା । ହେଲେ ଏହାପରେ ତାଙ୍କ ମୃତଦେହ
ଗାଁ ଦାଣ୍ଡରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା ।