Friday, June 6, 2025
No Result
View All Result
Odisha 365

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ରାଜ୍ୟ

ନିଜ ଭବିଷ୍ୟତ ଦେଖନ୍ତୁ, ପରିବାରର ହିତରେ ଭୋଟ ଦିଅନ୍ତୁ: ଡ. ଅଜୟ କୁମାର

param by param
May 28, 2024, 09:15 pm GMT+0530
FacebookTwitterWhatsAppTelegram

ନିଜ ପରିବାରର ଅଧିକାର ପାଇଁ ଭୋଟ୍ ଦିଅନ୍ତୁ । ଗତ ୨୪ବର୍ଷର ବିଜେଡି ଶାସନ ଓ ୯ବର୍ଷର ବିଜେଡି-ବିଜେପି ଶାସନରେ ଯାହା ହୋଇପାରିନି ଓଡ଼ିଶାବାସୀଙ୍କ ପାଇଁ ତାହା କଂଗ୍ରେସ କରିଦେଖାଇବ । ଅତିତରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀଙ୍କୁ ଚାଉଳ, ମନରେଗାରେ ଗ୍ରାମାଂଚଳର ଗରିବ ପରିବାରକୁ ରୋଜଗାର କଂଗ୍ରେସ ସରକାର ହିଁ ଦେଇଥିଲା । ମୋଦି ସରକାର ଏବଂ ନବୀନ ପଟ୍ଟନାୟକଙ୍କ ସରକାର କେବଳ କଂଗ୍ରେସ ଯୋଜନାକୁ ନିଜ ନାମରେ କରାଇ ଲୋକଙ୍କୁ ଭଣ୍ଡାଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ସେମାନଙ୍କ କଥାରେ ଭାସି ନଯାଇ ନିଜର ଭବିଷ୍ୟତ ପାଇଁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଆହ୍ୱାନ କରିଛନ୍ତି । ଏହି ଅବସରରେ ସେ ଆସନ୍ତା କାଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ଓଡ଼ିଶା ଗସ୍ତରେ ଆସି ଭଦ୍ରକ ଓ ବାଲେଶ୍ୱରରେ ଦୁଇଟି ବିଶାଳ ଶୋଭାଯାତ୍ରା କରିବେ ବୋଲି ସୂଚନା ଦେଇଥିଲେ । ଏଥିସହ ରାହୁଲ ଗାନ୍ଧୀ ମଧ୍ୟ ୩୦ ତାରିଖରେ ଓଡ଼ିଶା ଗସ୍ତରେ ଆସି ଭଦ୍ରକରେ ପ୍ରଚାର କରିବେ ବୋଲି ଡ. ଅଜୟ କୁମାର ଜଣାଇଛନ୍ତି ।
ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳୀନରେ ଡ. ଅଜୟ କୁମାର କହିଲେ ଯେ କଂଗ୍ରେସ କ୍ଷମତାକୁ ଆସିଲେ କୃଷକଙ୍କୁ ବୋନସ ସହିତ ଧାନ କୁଇଂଟାଲ ପ୍ରତି ୩୦୦୦ ଟଙ୍କା ଏମ୍‌ଏସ୍‌ପି ପ୍ରଦାନ କରାଯିବ, ଯାହାକି ନବୀନ ସରକାର ମାତ୍ର ୧୭୦୦ ଟଙ୍କା ଦେଉଛନ୍ତି । ଏଥିସହ କୃଷିଋଣ ଛାଡ଼ କରାଯିବ ଓ କୃଷକ ଭାଇମାନଙ୍କୁ ମାସିକ ୨୦୦୦ ଟଙ୍କା ଭତା ମଧ୍ୟ ପ୍ରଦାନ କରାଯିବ । ଏଥିସହ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ବିଦ୍ୟୁତ ଛାଡ କରାଯିବ । ଏହା ଦ୍ୱାରା ସେମାନଙ୍କର ମାସିକ ୨ରୁ ୩ହଜାର ଟଙ୍କା ସଂଚୟ ହୋଇପାରିବ । ୫ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି, ସ୍ନାତକ ଓ ଡିପ୍ଲୋମାଧାରୀ ବେକାର ଯୁବକ ଯୁବତୀଙ୍କୁ ମାସିକ ୩୦୦୦ ହଜାର ଟଙ୍କା ବେକାରୀ ଭତା ମିଳିବ । ସ୍ୱଂୟ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ଼, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତା ୨୦୦୦ ଟଙ୍କାକୁ ବୃଦ୍ଧି କରିବାକୁ କଂଗ୍ରେସ ଘୋଷଣା କରିଛି । ଗୃହଲକ୍ଷ୍ମୀ ଯୋଜନାରେ ପ୍ରତି ପରିବାରର ମୁଖ୍ୟ ମହିଳାଙ୍କୁ ମାସିକ ୨୦୦୦ ଟଙ୍କା ଭତା ଏବଂ ଏସ୍‌ସି, ଏସ୍‌ଟି ପରିବାରର ମହିଳାଙ୍କୁ ମାସିକ ୩୦୦୦ ଟଙ୍କା ଦିଆଯିବ । ସେହିପରି ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ । ରାଜସ୍ଥାନ ଭଳି ଓଡ଼ିଶାରେ ସମସ୍ତଙ୍କୁ ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଉଛି ।
ଯଦି ଓଡ଼ିଶାରେ କଂଗ୍ରେସ କ୍ଷମତାକୁ ଆସେ ତେବେ ଏମ୍‌ଏସ୍‌ପି, ବିଦ୍ୟୁତ୍ ଦେୟ ଛାଡ଼, ମହିଳାଙ୍କୁ ଭତା, ବେକାରୀ ଭତା ଆଦି ମିଶାଇଲେ ପ୍ରତି ପରିବାର ସିଧାସଳଖ ମାସିକ ୧୦ହଜାର ଟଙ୍କା ପାଇବେ । କେନ୍ଦ୍ରରେ ଇଣ୍ଡିଆ ମେଂଟ ସରକାର ଆସିଲେ ପ୍ରତ୍ୟେକ ସ୍ନାତକ ଓ ଡିପ୍ଲମାଧାରୀ ଯୁବକ ଯୁବତୀଙ୍କ ପ୍ରଥମ ଚାକିରି ପକ୍କା କରାଯିବ । ସେମାନେ ମାସିକ ୮ହଜାର ୩୦୦ ଟଙ୍କା ପାଇବେ । ଅନ୍ୟପକ୍ଷରେ ପରିବାରର ମହିଳାମାନେ ମଧ୍ୟ ୮ହଜାରରୁ ଅଧିକ ଟଙ୍କା ପାଇପାରିବେ । ତେଣୁ ଓଡ଼ିଶାରେ କଂଗ୍ରେସ ଓ କେନ୍ଦ୍ରରେ ଇଣ୍ଡିଆ ମେଂଟ ସରକାର ଆସିଲେ ପ୍ରତ୍ୟେକ ଗରିବ ପରିବାର ନିଶ୍ଚିତ ଭାବେ ମାସିକ ୨୬ ହଜାରରୁ ଅଧିକ ଟଙ୍କା ସିଧାସଳଖ ପାଇପାରିବେ ବୋଲି ଡ. ଅଜୟ କୁମାର କହିଛନ୍ତି ।
ନବୀନ ପଟ୍ଟନାୟକଙ୍କ ସରକାର ପଛୁଆ ବର୍ଗଙ୍କୁ ଯେଭଳି ଧୋକା ଦେଇଛନ୍ତି, ତାହା କୌଣସି ସରକାର ଦେଇନାହାନ୍ତି । କାରଣ ପୁରା ଦେଶରେ କେବଳ ଓଡ଼ିଶାକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟରେ ଓବିସି ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି । ମୋଦି ସରକାରରେ ପଛୁଆ ବର୍ଗଙ୍କୁ ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଦିଆଯାଇଛି । କିନ୍ତୁ ଏହି ବର୍ଗର ଲୋକଙ୍କ ଉନ୍ନତି, ସେମାନଙ୍କ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ କଂଗ୍ରେସ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଉଛି । ସେହିପରି ୧୦୦ ଦିନ ମଧ୍ୟରେ ଜାତି ଜନଗଣନା କରିବାକୁ କଂଗ୍ରେସ ଗ୍ୟାରେଂଟି ଦେଉଛି । ଏହା ଦ୍ୱାରା ସାଧାରଣ ଗରିବ ପରିବାର, ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗ ବିଭିନ୍ନ କ୍ଷେତ୍ରରେ ସୁବିଧା ପାଇପାରିବେ । ସେହିପରି ୬ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ, ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଯୋଜନା ଲାଗୁ ଏବଂ ପ୍ରତ୍ୟେକ ସରକାରୀ ଚାକିରିକୁ ସ୍ଥାୟୀ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଉଛି । ଅତିତରେ କଂଗ୍ରେସ ଯେଉଁସବୁ ପ୍ରତିଶ୍ରୁତି ଦେଇଛି, ତାହା ପୂରଣ କରିଛି । ତେଣୁ ଓଡ଼ିଶାବାସୀ ନିଜ ପରିବାରର ଉନ୍ନତି, ସୁରକ୍ଷା ଓ ଅଧିକାର ପାଇଁ କଂଗ୍ରେସକୁ ସମର୍ଥନ କରିବାକୁ ଡ. ଅଜୟ କୁମାର ଆହ୍ୱାନ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ମୁଖପାତ୍ର ରିତୁ ଚୌଧୁରୀ, ଏଆଇସିସି ସାମାଜିକ ଗଣମାଧ୍ୟମ ବିଭାଗ ସଂଯୋଜକ ସୁମିତ ଦୁବେ, ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଜୟଶ୍ରୀ ପାତ୍ର ଉପସ୍ଥିତ ଥିଲେ ।

Tags: newsodisha
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?
Latest News

ପୁଣିଥରେ ହେବ OCS ଆନ୍ଥ୍ରପୋଲୋଜି ପରୀକ୍ଷା, ଜାଣନ୍ତୁ କେବେ ହେବ ପରୀକ୍ଷା ?

ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ
Latest News

ଆହୁରି ୪ ଦିନ କାଳବୈଶାଖୀ

Latest News

ସଂଘ ଓ ସମାଜ ମିଳିତ ଭାବେ ନକ୍ସଲବାଦ ଓ ମତାନ୍ତରଣ ସମସ୍ୟାର ସମାଧାନ କରିପାରନ୍ତି

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ଦୁଇ ଦେଶର ଫର୍ମୁଲା ମନରେ ଥିବା ଯାଏ ଆତଙ୍କବାଦ ରହିବ : ଡ. ମୋହନ ଭାଗବତ

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ସଂଘ ଶିକ୍ଷା ବର୍ଗ: ସାମାଜିକ ସମରସତା, ଅନୁଶାସନ ଓ ରାଷ୍ଟ୍ରୀୟ ଚେତନାର ଏକ ଯାତ୍ରା

ଅଯୋଧ୍ୟାରେ ରାମ ମନ୍ଦିର: ହିନ୍ଦୁ ଆସ୍ଥାର ପ୍ରାଣକେନ୍ଦ୍ର

ସକାଳର ମୁଖ୍ୟ ଖବ

Dr. Keshav Baliram Hedgewar

ସଂଘ ଶିକ୍ଷା ବର୍ଗ -ସଂଘର ଏକ ପରିବର୍ତ୍ତନଶୀଳ ଉଦ୍ୟମ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ଭାରତ ପାଇଁ ଶକ୍ତିଶାଳୀ ହେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ: ମୋହନ ଭାଗବତ

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ମୋଦି ସରକାରଙ୍କ ୧୧ ବର୍ଷ: ସଫଳତାର ଯାତ୍ରା

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ଶର୍ମିଷ୍ଠା ପାନୋଲି ବିବାଦ: ଭାରତରେ ମୁକ୍ତ ବାକ୍ ସ୍ଵାଧୀନତା ଏବଂ ହିନ୍ଦୁ ସ୍ବରକୁ ଚାପି ଦେଉଥିବା ଅଭିଯୋଗ

ସେବା, ଶକ୍ତି ଓ ସାମାଜିକ ସମନ୍ୱୟର ଏକ ଶତାବ୍ଦୀ

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.