ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଚାରପୁରରେ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦଳୀୟ ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା ଓ ବିଧାୟକ
ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ଏହା ସହ କହିଛନ୍ତି ଗରୀବ ଲାକଙ୍କ
ଘର ପାଇଁ ମୋଦୀ ପଠାଇଥିବା ଘର ଏଯାଏଁ ହଜାର ହଜାର ବିଞ୍ଚାରପୁରବାସୀଙ୍କୁ ମିଳିନି । ଜୁନ 10 ରେ
ବିଜେପି ସରକାର ହେବ । ଏହାପରେ ଇନକ୍ବାରୀ କରାଯାଇ ଏ ଅର୍ଥକୁ ଚୋରି କରିଥିବା ଲୋକଙ୍କୁ ଜେଲ
ପଠାଯିବ । 25 ବର୍ଷର ଶାସନରେ ଅପରାଗ ସ୍ଥାଣୁ ପଳଟିଛି । ଗୁମାସ୍ତାଙ୍କର ସରକାର ପାଲିଟିଛି
କ୍ରିତଦାସଙ୍କ ସରକାର ହୋଇଛି । ନବୀନ ପଟ୍ଟନାୟକଙ୍କୁ ସାଢେ 4 କୋଟି ଓଡ଼ିଆଙ୍କ ଭିତରୁ କେହି
ମିଳିଲେନି ଯେ ଭଡ଼ାରେ ତାମିଲନାଡ଼ୁ ନେତା ଆାଣି ସରକାର ଚଳାଉଛନ୍ତି । ଏହାକୁ ବିଞ୍ଝାରପୁର
ସହ୍ୟ କରିବ ନାହିଁ । ଓଡିଶାର ନେତା ଓଡିଶାର ହେବ । ଓଡିଶାରେ ବିଜେପି ସରକାର ହେବ, ଦେଶରେ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ’ ବୋଲି
କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।