ଚିଲିକା ବିଧାୟକ ତଥା ଖୋଦ୍ଧୋ
ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ପ୍ରେସମିଟ କରି ବର୍ଷିଛନ୍ତି ଭୁବେନଶ୍ବର
ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ସିଧା ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ
କେଉଁ ପରିସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରାହେଲା ବୋଲି ସେ ପ୍ରଶ୍ନ
କରିଛନ୍ତି । ଅପରାଜିତା କହିଛନ୍ତି ଯେଉଁ ବୁଥରେ ଇଭିଏମ ଭଙ୍ଗା ହୋଇଥିଲା ସେହି ସ୍ଥାନକୁ ସେ ସାଙ୍ଗେ
ସାଙ୍ଗେ ପହଞ୍ଚିଥିଲେ । ହେଲେ ସେଠାରେ ପ୍ରଶାନ୍ତ
ଜଗଦ୍ଦେବ ଇଭିଏମ ଭାଙ୍ଗିଥିବା ନେଇ କେହି ବି ଲୋକ ଅଭିଯୋଗ କରିନଥିଲେ । ଅନ୍ୟପଟେ ଡ଼୍ରାଇଭର
ବନମାଳୀ ବାବୁ ଗତକାଲି ଯେଉଁ କଥା କହିଛନ୍ତି ସେଥିରୁ ସ୍ପଷ୍ଟ ହେଇଛି ଯେ ପ୍ରଶାନ୍ତ ଜଗଦ୍ଦେବ
ଏଭିଏମ ଭାଙ୍ଗିନାହିଁନ୍ତି । ବନମାଳୀ ବାବୁଙ୍କୁ 4 ଜଣ ପୋଲିସ ହଇରାଣ କରିଥିଲେ । ସେମାନେ ଚାହୁଁଥିଲେ
। ସେ କୁହନ୍ତୁ ପ୍ରଶାନ୍ତ ଜଗେଦ୍ଦବ ସେହି ଇଭିଏମ ଭାଙ୍ଗିଛନ୍ତି । ଅନ୍ୟପଟ ଅପରାଜିତା ଆହୁରି କହିଛନ୍ତି
ଯେ ପ୍ରଶାନ୍ତ ବାବୁଙ୍କ ଲୋକପ୍ରିୟତାକୁ ସରକାର ଡ଼ରିଗଲେ
କି । ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି । ତାଙ୍କ ପାଖରେ ସିସିଟିଭି ଫୁଟେଜ ରହିଛି । ସେହି
ଫୁଟେଜରେ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ଅପରାଜିତା
କହିଛନ୍ତି ।